Below header

ଜୁନ୍‌ ୩୦ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ , ମୂଲ୍ୟାଙ୍କନ ନିର୍ଦ୍ଧାରଣ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ବୋର୍ଡ ମୋହର

ଭୁବନେଶ୍ବର: ଜୁନ୍‌ ୩୦ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ମୂଲ୍ୟାଙ୍କନ ନିର୍ଦ୍ଧାରଣ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ବୋର୍ଡ ମୋହର। ଉଭୟ ନବମ ଓ ଦଶମ ଶ୍ରେଣୀର ନମ୍ବରକୁ ଆଧାର କରି ମୂଲ୍ୟାୟନ କରାଯିବ। ନବମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବରକୁ ଆଧାର କରି ୪୦ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯିବ। ଏହାସହ ଦଶମ ଶ୍ରେଣୀର ୩ଟି ପ୍ରାକ୍ଟିସ ଟେଷ୍ଟର ସର୍ବାଧିକ ଦୁଇଟି ମାର୍କକୁ ୩୦ ପ୍ରତିଶତ ଲେଖାଏ ଗୁରୁତ୍ୱ ଦିଆଯିବ। ଅର୍ଥାତ ଦଶମ ପ୍ରାକ୍ଟିସ ଟେଷ୍ଟ ମାର୍କକୁ ମିଳିବ ୬୦ ପ୍ରତିଶତ ଗୁରୁତ୍ୱ।

ଯଦି ବିଦ୍ୟାର୍ଥୀ ଦଶମ ଶ୍ରେଣୀର କୌଣସି ପ୍ରାକ୍ଟିସ ପରୀକ୍ଷା ଦେଇନଥିବେ ତେବେ ନବମ ଶ୍ରେଣୀର ପରୀକ୍ଷାରେ ହାସଲ କରିଥିବା ନମ୍ବରକୁ ଶତ ପ୍ରତିଶତ ୱେଟେଜ୍‌ ପ୍ରଦାନ କରାଯିବ । ସେହିପରି ଯଦି ଦଶମ ଶ୍ରେଣୀରେ କେବଳ ଗୋଟିଏ ପ୍ରାକ୍ଟିସ ଟେଷ୍ଟ ଦେଇଥିବେ ତେବେ ନବମ ଶ୍ରେଣୀର ସମୁଦାୟ ନମ୍ବରକୁ ୭୦ ପ୍ରତିଶତ ଗୁରୁତ୍ୱ ଭାବେ ଗ୍ରହଣ କରାଯାଇ ମୂଲ୍ୟାଙ୍କନ କରାଯିବ। ମାର୍କ ପ୍ରଦାନ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ବୋର୍ଡର ୱେବସାଇଟରେ ମାର୍କ ଅପ୍‌ଲୋଡ କରାଯିବ। ଯଦି ଫଳ ପ୍ରକାଶନରେ କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନୁହନ୍ତି ତେବେ ଅବସ୍ଥାରେ ସୁଧାର ଆସିବା ପରେ ସେମାନେ ଲିଖିତ ପରୀକ୍ଷା ଦେଇପାରିବେ। ମୂଲ୍ୟାୟନ ପାଇଁ ବିଶ୍ୱସନୀୟତା, ସ୍ୱଚ୍ଛତା, ନମନୀୟତା ଓ ବୈଧତା ଆଦି ୪ଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.