ସ୍ବାମୀଙ୍କୁ ଏୟାରପୋର୍ଟରେ ଦେଖିବା ପରେ ପିପିଇ କିଟ୍ ପିନ୍ଧି ଧମାକେଦାର ଡ୍ଯାନ୍ସ କଲେ ପତ୍ନୀ, ଦେଖନ୍ତୁ ଭିଡିଓ

ପ୍ରତିଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ସମସ୍ତେ ନିୟମ ଓ ସଚେତନତା ପାଳନ କରୁଛନ୍ତି। ଏତେ ଦୁଃଖ ମଧ୍ୟରେ ମଧ୍ୟ ଲୋକ ଖୁସି ରହିବାର କୌଣସି ନା କୌଣସି କାରଣ ଖୋଜି ବାହାର କରିଦିଏ। ଅନେକ ଥର ଏମିତି କିଛି କ୍ଷଣ ସାମ୍ନାକୁ ଆସିଥାଏ, ଯାହା ପାଇଁ କିଛି ସମୟ ମଣିଷ ହସିଦିଏ। ଦେଶରେ ଏବେ ଅଧିକାଂଶ ସ୍ଥାନରେ ଲକଡାଉନ ଲାଗି ରହିଛି। ଯେଉଁମାନଙ୍କର ଜରୁରୀ କାମ ରହିଛି, ସେମାନେ ହିଁ ଘରୁ ବାହାରୁଛନ୍ତି। ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଟିକେ ହସିଦେବେ।

ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ। କିପରି ଜଣେ ମହିଳା ପିପିଇ କିଟ ପିନ୍ଧି ଯାତ୍ରୀଙ୍କୁ ହସାଇବା ପାଇଁ ଡ୍ଯାନ୍ସ କରୁଛନ୍ତି। ନିଜ ସ୍ବାମୀଙ୍କୁ ଏୟାରପୋର୍ଟରେ ଦେଖି ଏତେ ଖୁସି ହୋଇ ପିପିଇ କିଟ୍ ପିନ୍ଧି ଧମାକେଦାର ଡ୍ଯାନ୍ସ କରୁଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଇଣ୍ଡିଆନ ବ୍ରାଇଡାଲ ବ୍ଲଗ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ଦେଖି ଜଣାପଡୁଥିଲେ ଭିଡିଓରେ ଦେଖାଯାଉଥିବା ଦୁଇଜଣ ପତ୍ନୀ ଓ ପତି। ପତ୍ନୀ ଜଣକ ନିଜ ପତିଙ୍କୁ ଏୟାରପୋର୍ଟରେ ଦେଖି ବେଶ୍ ଖୁସି ହୋଇ ଏପରି କରୁଛନ୍ତି।

ଏହି ଭିଡିଓକୁ ପାଖାପାଖି ୨ ଲକ୍ଷ ଲୋକ ଦେଖିସାରିଲେଣି। ଏହାକୁ ଦେଖି ଲୋକ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.