Below header

ଆଜିଠୁ ମାଟ୍ରିକ ପରୀକ୍ଷା, ଦୀର୍ଘ ୨ ବର୍ଷ ପରେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ସମ୍ମେଟିଭ୍‌ ୨ ପରୀକ୍ଷା । ଦୀର୍ଘ ୨ ବର୍ଷ ପରେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ରାଜ୍ୟରେ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେବଳ ପ୍ରଥମ ସିଟିଂରେ ପରୀକ୍ଷା ହେବ । ସକାଳ ୮ଟାରୁ ୧୦ଟା ଯାଏ ଚାଲିବ ପରୀକ୍ଷା । କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶେଷ ବ୍ୟବସ୍ଥା କରାଯାଇଛି ।

ପରୀକ୍ଷା ସୁପରିଚାଳନା ଓ କପି ରୋକିବା ପାଇଁ ଚାରି ସ୍ତରୀୟ ସ୍କ୍ଵାଡ ବ୍ୟବସ୍ଥା କରାଯାଇଛି । ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ଭୁବନେଶ୍ୱରରୁ ୧୨ହଜାର ୧୫୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ କିସ୍‌ରେ ରହିଛନ୍ତି ସର୍ବାଧିକ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.