Below header

ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ଜାରି ରହିବ ହିଟ୍ ୱେଭ୍, ଏପ୍ରିଲ ମାସରେ ରେକର୍ଡ ଛୁଇଁଲା ବୌଦ୍ଧ ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ଆହୁରି ୩ ଦିନ ଯାଏ କଲବଲ। ଉତ୍ତରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ। ତାତିରେ ଜଳୁଛି ଜୀବନ। ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୌଦ୍ଧରେ ୪୫ ଡିଗ୍ରୀ ଟପିଛି ତାପମାତ୍ରା। ପାଣିପାଗ ରେକର୍ଡ ଅନୁସାରେ ଏପ୍ରିଲରେ ବୌଦ୍ଧ ପାଇଁ ଏହା ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ଉପରେ ୮ଟି ସହରର ତାପମାତ୍ରା ରହିଛି । ୪୦ ଉପରେ ୨୫ ସହରର ପାରଦ ।

ସେହିପରି ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି ୧୩ ସହରର ତାପମାତ୍ରା । ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧିକ ରହିବ ତାତି। ମେ’ ୧ରୁ କମିପାରେ ତାତି । କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ । ମେ’୧ରୁ ୨ ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ଯାଏ ତଳକୁ ଖସିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ତାରିଖ ଯାଏ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ଆସନ୍ତା ୩୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ହିଟ୍‌ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.