Below header

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା

କେନ୍ୟୁଜ୍(ବ୍ୟୁରୋ):  ଜୁନ ଶେଷ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶ କରିବାକୁ ପ୍ରୟାସ । ମାଟ୍ରିକ ମୂଲ୍ୟାୟନ ଜୋରସୋରେ ଚାଲିଛି । ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା । ୟୁ ଟ୍ୟୁବ୍‌ ମାଧ୍ୟମରେ ୧୦ଟା ୪୫ରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ କ୍ଳାସ । ୪ଟି ପିରିୟଡ଼ ପ୍ରତିଦିନ ହେବ । ପ୍ରତି କ୍ଳାସ ୩୦ ମିନିଟର ହେବ । ସୋମବାରରୁ ଶୁକ୍ରବାର ଚାଲିବ ଅନଲାଇନରେ ପାଠପଢ଼ା ।

ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ଼ ପାଠ ପଢା ହେବ । ସମସ୍ତ ଜିଲା ଶିକ୍ଷା ଅଧିକାରୀ ମାନେ ଏହି ପାଠପଢ଼ାର ଆନୁସାଙ୍ଗିକ ବ୍ୟବସ୍ଥା କରିବେ । କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯୁକ୍ତ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମର୍କରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.