ନାଇଜେରିଆରେ ଚୋର କଲେ ଆଖିବୁଜା ଗୁଳିଚାଳନା, ୮୮ ଚାଷୀ ମୃତ

ଉତ୍ତର-ପଶ୍ଚିମ ରାଜ୍ୟ ଜାମଫାରାରେ ଚୋରମାନେ ଅତି କମରେ ୮୮ ଜଣଙ୍କୁ ହତ୍ୟା କରିଛନ୍ତି । ସେଠାକାର ଗଣମାଧ୍ୟମ ରିପୋର୍ଟ ମୁତାବକ, ବନ୍ଧୁକଧାରୀମାନେ ମୋଟରସାଇକେଲ ଯୋଗେ ଆସି ଜୁର୍ମି ଜିଲ୍ଲାର ଅତି କମରେ ୬ଟି ଭିନ୍ନ ଭିନ୍ନ ଗାଁର ଚାଷୀଙ୍କୁ ଆକ୍ରମଣ କରିଥିଲେ । ଜାମଫାରା ପୋଲିସର ମୁଖପାତ୍ର ମହମ୍ମଦ ଶେହୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେଉଁମାନେ ଆକ୍ରମଣ ଭୟରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ସେମାନଙ୍କୁ ହତ୍ୟା କରିବାକୁ ବି ପଛାଇନଥିଲେ ।

ଶ୍ରୀ ଶେହୁ କହିଛନ୍ତି ଯେ, ଏହି ଆକ୍ରମଣ ଗୁରୁବାର ଏବଂ ଶୁକ୍ରବାର ଦିନ କରାଯାଇଥିଲା । ଶୁକ୍ରବାର ଦିନ ଅତି କମରେ ୧୪ ଟି ମୃତଦେହ ରାଜଧାନୀ ଗୁସାଉକୁ ନିଆଯାଇଥିଲା । ଏହି ସମୟରେ ସ୍ଥାନୀୟ ବାସିନ୍ଦା କହିବାନୁଯାୟୀ, ସେମାନେ ଆହୁରି ୩୯ଟି ମୃତଦେହ ଉଦ୍ଧାର କରି ସହରରେ ପୋତି ଦେଇଛନ୍ତି । ଜୁରମି ଜିଲ୍ଲାର ବାସିନ୍ଦା ଗାଁ ଉପରେ ଏଭଳି ଆକ୍ରମଣ, ହମଲା, ଘଟଣାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତ ସପ୍ତାହରେ ରାଜପଥ ଅବରୋଧ ବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.