ଗଜପତି: ଅଡବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡା ଗ୍ରାମରେ ବାପ ପୁଅଙ୍କୁ ବିଭତ୍ସ ହତ୍ୟାକାଣ୍ଡ, ଗୁଣି ଗାରେଡ଼ି ସନ୍ଦେହ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ସୂଚନା ପ୍ରକାରେ ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ବାଡ଼ିକୁ ଯାଇଥିବା ବେଳେ ସେହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଅନକ ଘରେ ପହଞ୍ଚିଥିଲେ।

ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା l ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ l ତେଵେ ଗୁଣିଗାରେଡିରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି। ଆର. ଉଦୟଗିରି S. D. P. O ଙ୍କ ନେତୃତ୍ୱ ରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା S. D. P. O ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.