କରୀନା ହୋଇପାରିବେନି ସୀତା ଟ୍ବିଟରରେ ଟ୍ରେଣ୍ଡ କରୁଛି ବୟକଟ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ବିତୀୟ ଥର ମା’ ହେବା ପରେ ପୁଣିଥରେ କର୍ମ କ୍ଷେତ୍ରକୁ ଫେରିବାକୁ ସଜବାଜ ହେଉଛନ୍ତି । ନିଜ ପୋଷ୍ଟକୁ ନେଇ ସବୁବେଳେ ସୋସାଲ ମିଡିଆରେ ଚର୍ଚ୍ଚାରେ ରହୁଥିବା କରିନାଙ୍କ ବିରୋଧରେ ଟ୍ବିଟରରେ ତାଙ୍କୁ ବୟକଟ କରିବାକୁ ଦାବି ହେଉଛି । ଟ୍ବିଟରରେ ହାଶଟ୍ୟାଗ ବୟକଟ କରୀନା ଖାନ ଟ୍ରେଣ୍ଡ କରିବାରେ ଲାଗିଛି । ଏହା ପଛର କାରଣ କରୀନାଙ୍କୁ ଏକ ପୌରାଣିକ କଥାବସ୍ତୁରେ ସୀତା ଚରିତ୍ରରେ ଅଭିନୟ କରିବାକୁ ଅଫର ମିଳିଛି । ଏହି ଚରିତ୍ରରେ ଅଭିନୟ କରିବାକୁ କରୀନା ପୂର୍ବରୁ ମୋଟା ପାଉଣା ଦାବି କରିଥିବା ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଲୋକଙ୍କ କହିବା କଥା ହେଲା କରୀନା ସୀତାଙ୍କ ଚରିତ୍ର ପାଇଁ ଯୋଗ୍ୟ ନୁହନ୍ତି ।

ସୂଚନା ଅନୁସାରେ ସୀତାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ କରୀନା ୧୨ କୋଟି ଟଙ୍କା ଦାବି କରିଛନ୍ତି । ଏହି ଖବର ପ୍ରକାଶିତ ହେବା ପରେ ସୋସାଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ୟୁଜର୍ସ ଏହି ଖବରର ସ୍କ୍ରିନଶର୍ଟ ଶେୟାର କରି କରୀନାଙ୍କୁ ବୟକଟ କରିବାକୁ ଦାବି କରିଛନ୍ତି । ସୀତାଙ୍କ ରୋଲ କାରଣରୁ ଟ୍ବିଟରରେ ହାଶଟ୍ୟାଗ ବୟକଟ କରୀନା ଖାନ ଟ୍ରେଣ୍ଡ କରିବାରେ ଲାଗିଛି ।

ଜଣେ ୟୁଜର ଲେଖିଛନ୍ତି ମାତା ସୀତାଙ୍କ ଚରିତ୍ରରେ ଜଣେ ହିନ୍ଦୁ ଅଭିନେତ୍ରୀ ଅଭିନୟ କରନ୍ତୁ ବୋଲି ସେ ଚାହୁଛନ୍ତି । ମାତା ସୀତାଙ୍କ ଚରିତ୍ରରେ କରୀନାଙ୍କୁ ସେମାନେ ଗ୍ରହଣ କରିବେ ନାହିଁବୋଲି ଦାବି କରିଛନ୍ତି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ ବଲିଉଡରେ ଅଭିନେତ୍ରୀ ଆଉ ନାହାନ୍ତି କି ? ବର୍ତ୍ତମାନ ବଲିଉଡ ଆଉ ବଲିଉଡ ହୋଇ ରହି ନାହିଁ । କରୀନା ସୁର୍ପଣଖା ଚରିତ୍ର ପାଇଁ ଯୋଗ୍ୟ ବୋଲି ସେ ଲେଖିଛନ୍ତି । ତେବେ ଏହି ଚରିତ୍ର ପାଇଁ କଙ୍ଗନା ରାନାୱତ ପୂରାପୂରି ଯୋଗ୍ୟ ବୋଲି ଅନେକ ଲୋକେ ଦାବି କରିଛନ୍ତି । ହିନ୍ଦୁତ୍ବ ପାଇଁ କଙ୍ଗନା ସବୁବେଳେ ଠିଆ ହେଉଛନ୍ତି । ତେଣୁ ମାତା ସୀତାଙ୍କ ଚରିତ୍ର ପାଇଁ କଙ୍ଗନା ଯୋଗ୍ୟ ବୋଲି ସେମାନେ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.