Below header

କଟକରେ ମୂର୍ତ୍ତି ବିସର୍ଜନ ପୂର୍ବରୁ ଅସ୍ଥାୟୀ ପୋଖରୀର ସ୍ଥିତି ପରଖିଛନ୍ତି ମେୟର

କଟକ(କେନ୍ୟୁଜ୍)): କଟକରେ ମୂର୍ତ୍ତି ବିସର୍ଜନ ପୂର୍ବରୁ ଅସ୍ଥାୟୀ ପୋଖରୀର ସ୍ଥିତି ପରଖିଛନ୍ତି ମେୟର । ପୁରୀଘାଟ ଦେବୀଗଡ଼ା କାଠଯୋଡ଼ି ନଦୀ ପଠା କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ । ଏହା ପୂର୍ବରୁ ଦେବୀଗଡାରେ କୃତ୍ରିମ ପୋଖରୀର ସ୍ଥିତି ପରଖିଛନ୍ତି କଟକ ମେୟର, ଶାନ୍ତି କମିଟି କର୍ମକର୍ତ୍ତା ଓ ବିଭାଗୀୟ ଯନ୍ତ୍ରୀ ।

ଗଣେଶ ପୂଜାଠାରୁ କାର୍ତ୍ତିକେସ୍ୱର ପୂଜା ପର୍ଯ୍ୟନ୍ତ ସମସ୍ତ ମୂର୍ତ୍ତି ଏହି ସ୍ଥାନରେ ବିସର୍ଜନ କରାଯିବ । ଏଠାରେ ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା, ବିସର୍ଜନ ଦେଖିବା ପାଇଁ ଗ୍ୟାଲେରୀ ନିର୍ମାଣ, ଚାରିପଟେ ବାଡ଼ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛନ୍ତି ସହରବାସୀ । ଏହି ଅଞ୍ଚଳକୁ ମଳମୁକ୍ତ ପରିବେଶ ପାଇଁ ଯୋଜନା ପ୍ରସ୍ତୁତ ହେଉ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ଓ ଖୁବ ଶୀଘ୍ର ଦେବୀଗଡାର ଉନ୍ନତିକରଣ ହେବ ବୋଲି କହିଛନ୍ତି ମେୟର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.