Below header

ପିକ୍‌ନିକ୍‌ ହେଲା କାଳ, ଗାଧୋଇବା ବେଳେ ଝରଣାରେ ଭାସିଯାଇ ୬ ମୃତ

ଛତିଶଗଡ଼: ଛତିଶଗଡ଼ର କୋରିୟା ଜିଲ୍ଲା ସ୍ଥିତ ରାମଦାହ ଜଳ ପ୍ରପାତରେ ଗାଧୋଇବା ବେଳେ ଭାସି ଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୬ ଜଣ ରବିବାର ଠାରୁ ନିଖୋଜ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସେମାନଙ୍କ ମୃତ ଦେହ ମିଳିଛି। ସମସ୍ତ ମୃତକ ମଧ୍ୟ ପ୍ରଦେଶର ସିଙ୍ଗରୋଲ ଜିଲ୍ଲାର ବାସିନ୍ଦା ଥିଲେ ଓ ପିକ୍‌ନିକ୍‌ କରିବାକୁ ଏହି ଜଳ ପ୍ରପାତକୁ ଆସିଥିଲେ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ମଧ୍ୟ ପ୍ରଦେଶର ସିଙ୍ଗରୌଲି ଜିଲ୍ଲାର ଦୁଇଟି ପରିବାରର ୧୪ ଜଣ ଲୋକ ପିକ୍‌ନିକ୍‌ ପାଇଁ ରବିବାର ଦିନ ସରୁଗଜାର ଭରତପୁରର ରାମଦାହ ଜଳ ପ୍ରପାତକୁ ଆସିଥିଲେ। ସମସ୍ତେ ଝରଣାକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଏହି ସମୟରେ ୭ ଜଣ ପାଣିରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଉପସ୍ଥିତ ଲୋକ ଉଦ୍ଧାର କରିଥିଲେ। କିନ୍ତୁ ବାକି ୬ ଜଣ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ଖବର ପାଇ ରବିବାର ଦିନ ଠାରୁ ହିଁ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ। କିନ୍ତୁ କାହାର ବି ସନ୍ଧାନ ପାଇନଥିଲେ। ସୋମବାର ବିଳମ୍ବିତ ରାତିରେ ୬ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ରିଷଭ ସିଂହ (୨୪), ରତ୍ନେଶ ସିଂହ (୨୬), ହିମାଂଶୁ ସିଂହ (୧୮), ଶ୍ୱେତା ସିଂହ (୨୨), ଶ୍ରଦ୍ଧା ସିଂହ (୧୪), ଅଭୟ ସିଂହ(୨୨)। ସମସ୍ତ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପରେ ରିବାକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Also Read: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିପାରନ୍ତି ଶଶୀ ଥରୁର, ଗାନ୍ଧୀ ପରିବାରରୁ କେହି ହେବେନି ପ୍ରତିଦ୍ୱନ୍ଦ୍ୱୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.