କ୍ୟାବିନେଟ ସଂପ୍ରସାରଣରେ ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ (କେନ୍ୟୁଜ) : ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ । ମୋଦି କ୍ୟାବିନେଟ୍‌ର ସମ୍ପ୍ରସାରଣରେ ଓଡ଼ିଶାରୁ କିଏ ପାଇବେ ମନ୍ତ୍ରୀପଦ ତାକୁ ନେଇ ଚର୍ଚ୍ଚା ଜୋର । କ୍ୟାବିନେଟ ସଂପ୍ରସାରଣରେ ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ସ୍ଥାନ ମିଳିପାରେ । ବିଶେଶ୍ୱର ଟୁଡୁ ଏବେ ଦିଲ୍ଲୀରେ ଅଛନ୍ତି । କିଛି ସମୟ ମଧ୍ୟରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡାଙ୍କୁ ଭେଟିଛନ୍ତି । ମୟୂରଭଞ୍ଜ ଲୋକସଭା ଆସନ ସହ ଜିଲ୍ଲାର ୧୦ଟି ବିଧାନସଭା କ୍ଷେତ୍ରରୁ ବିଜେପି ୬ଟିରେ ବାଜି ମାରିଛି । ବିଶେଶ୍ୱର ଟୁଡୁ ଏବେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଅଛନ୍ତି । ସେହିପରି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.