Below header

ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ନିଶଙ୍କ, ଗଙ୍ଗଓ୍ଵାର ଓ ସଦାନନ୍ଦ ଗୌଡା

ନୂଆଦିଲ୍ଲୀ (କେନ୍ୟୁଜ) : ନରେନ୍ଦ୍ର ମୋଦୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ ଏବଂ ସଂପ୍ରସାରଣର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଛି। ପ୍ରତାପ ଷଡ଼ଙ୍ଗୀ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି। କେନ୍ଦ୍ରରେ ପଶୁସଂପଦ ଓ ଏମଏସଏମଇ ମନ୍ତ୍ରୀ ଥିଲେ ପ୍ରତାପ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଯାଇଥିବା କୁହାଯାଇଛି। କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଛନ୍ତି। ସେହିପରି ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀଙ୍କୁ ମଧ୍ୟ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିବା ଜଣାପଡ଼ିଛି। ସେହିପରି ସଦାନନ୍ଦ ଗୌଡ଼ାଙ୍କୁ ମଧ୍ୟ ପଦରୁ ହଟାଯାଇପାରେ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.