Below header

ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଲା କ୍ୟାବିନେଟରେ ସ୍ଥାନ, ଜାଣନ୍ତୁ ତାଙ୍କ ବିଷୟରେ

ଭୁବନେଶ୍ୱର (କେ.ନ୍ୟୁଜ) : କ୍ୟାବିନେଟ ସଂପ୍ରସାରଣରେ ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ଥାନ ମିଳିଛି। ଆଜି ସେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହେବା ପରେ ଟୁଡୁଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

ବିଶ୍ୱେଶ୍ୱର ଟୁଡ଼ୁ ଜଣେ ଭାରତୀୟ ରାଜନୀତିଜ୍ଞ। ସେ ଏବେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଅଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ସେ ପ୍ରତିନିଧିତ୍ବ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ମୟୂରଭଞ୍ଜ ଲୋକସଭା ଆସନ ସହ ଜିଲ୍ଲାର ୧୦ଟି ବିଧାନସଭା କ୍ଷେତ୍ରରୁ ବିଜେପି ୬ଟିରେ ବାଜି ମାରିଥିଲା। ଏଣୁ ଏବେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଟୁଡୁଙ୍କ ଜୀବନ ଶୈଳୀ ଅତି ସାଧାରଣ ହୋଇଥିବାରୁ ମନ୍ତ୍ରୀ ହେବା ପରେ ସେ ଲୋକଙ୍କ ଅଧିକ ନିକଟତର ହୋଇପାରିବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.