Below header

ଆଇସକ୍ରିମ୍ କାଠିରେ ନନ୍ଦିଘୋଷ ରଥ, ପୁରୀର ଶିଳ୍ପୀ ବିଶ୍ୱଜିତଙ୍କ ନିଆରା କଳାକୃତି

ପୁରୀ (କେନ୍ୟୁଜ): ଆଇସକ୍ରିମ୍ କାଠିରେ ନନ୍ଦିଘୋଷ ରଥ ପରି କଳାକୃତି ନିର୍ମାଣ କରିଛନ୍ତି ଶିଳ୍ପୀ ବିଶ୍ୱଜିତ। ୧୬ ଇଞ୍ଚ ଉଚ୍ଚ ଓ ୧୩ ଇଞ୍ଚ ଚଉଡା ବିଶିଷ୍ଟ ଏହି କଳାକୃତିରେ ୯୭୫ଟି ଆଇସକ୍ରିମ୍ କାଠି ବ୍ୟବହାର କରାଯାଇଛି। ଏଥିପାଇଁ ପୁରୀର ଶିଳ୍ପୀ ବିଶ୍ୱଜିତଙ୍କୁ ୫ ଦିନ ସମୟ ଲାଗିଥିଲା । ସେ ଏହି କଳାକୃତି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଶ୍ୱଜିତ ପୂର୍ବରୁ ମଧ୍ୟ ଆଇସକ୍ରିମ୍ କାଠିରେ ବିଭିନ୍ନ କଳାକୃତି କରି ଲିମକା ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.