ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ, ଲାଞ୍ଚ ନେଇ ହୋଇଥିଲେ ଗିରଫ

ଭବାନୀପାଟଣା (କେନ୍ୟୁଜ): ଭିଜିଲାନ୍‌ସ ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍‌ସ ଅଦାଲତ ଜାମିନ ଖାରଜ କରିଛନ୍ତି। ସରକାରୀ ଓକିଲ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍‌ସ ଅଦାଲତ। ସେ ଲାଞ୍ଚ ନେବା ଗ୍ରହଣୀୟ ନୁହେଁ ବୋଲି ମତ ରଖି ଜାମିନ ଖାରଜ କରିଛନ୍ତି କୋର୍ଟ।

ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍‌ସ କେସ ଦଫାରଫା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୁଲାଇ ୩ ତାରିଖରେ କଟକ ଭିଜିଲାନ୍‌ସ ଟିମ୍‌ ଦ୍ୱାରା ଗିରଫ ହୋଇଥିଲେ ଆଶୁତୋଷ ମିଶ୍ର। ୨୦୧୧ ଜୁଲାଇ ୮ତାରିଖକୁ ସେ ଭିଜିଲାନ୍‌ସ ସରକାରୀ ଓକିଲ ଭାବେ ଭବାନୀପାଟଣାରେ କାର୍ଯ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.