ଜନ୍ମଦିନରେ ନବୀନ ଦେଲେ ଫୁଲବାଣୀ ବାସୀଙ୍କୁ ବଡ ଉପହାର, ପ୍ରତିଷ୍ଠା ହେବ ମେଡିକାଲ କଲେଜ ଓ ହସ୍ପିଟାଲ

୭୪ ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଓ ହସ୍ପିଟାଲ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ହସ୍ପିଟାଲରେ ବେଡ୍ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ। ହସ୍ପିଟାଲରେ କମ୍ପୋଜିଟ୍ କ୍ୟାମ୍ପସ୍ ପାଇଁ ଯୋଜନା ରହିଛି। ମୋ ସରକାର ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ଡିସେମ୍ବର ୧ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆଉ ୫ଟି ବିଭାଗର ଲାଗୁ ହେବ। ୨୦୨୦ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ବିଭାଗରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।