ଧୀରେ ଧୀରେ ଘର ଭିତରକୁ ପଶିଲା ଚିତାବାଘ ଏବଂ ଅଚାନକ କଲା ଆକ୍ରମଣ, ଆଉ ତାପରେ.. ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରର ନାସିକରେ ଏକ ଏପରି ଘଟଣା ଘଟିଛି ଯାହାକୁ ଦେଖିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଘଟଣାରେ ଏକ ଚିତାବାଘ ଅଚାନକ ଜଣଙ୍କ ଘରକୁ ପଶି ଆସିଛି ଓ ଘର ବାହାରେ ଶୋଇଥିବା କୁକୁରଉପରେ ଆକ୍ରମଣ କରିଦେଇଛି । ଛାତି ଥରାଇ ଦେଲାଭଳି ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ ଚିତାବାଘଟି ଚୁପ ଚୁପ ଆସି କୁକୁରକୁ ଆକ୍ରମଣ କରିବା ସମୟରେ କୁକୁରଟି ପ୍ରାଣ ବିକଳରେ ଭୁକି ଭୁକି ଦୌଡ଼ି ପଳାଇ ଯାଉଛି ।

ସୂଚନା ଅନୁଯାୟୀ ଘଟଣାଟି ସେପ୍ଟେମ୍ବର ୨୯ ତାରିଖରେ ଘଟିଥିଲା ଏବଂ ସିସିଟିଭିରେ ଏହିସବୁ ଘଟଣା ରେକର୍ଡ ହୋଇଥିଲା । ଭିଡ଼ିଓଟିରେ ଦେଖାଯାଇଛି ଯେ ବାଘଟି ଧୀରେ ଧୀରେ ଆସି ହଠାତ ଶୋଇଥିବା କୁକୁର ଉପରେ ଆକ୍ରମଣ କରୁଛି ଏବଂ ତାର ବେକକୁ କାମୁଡି ଘୋଷାଡ଼ି ଆଣିଛି । ଏହାପରେ କୁକୁରଟି ବାଘଠାରୁ ନିଜକୁ ମୁକୁଳାଇ ଭୁକି ଭୁକି ଦୌଡ଼ି ପଳାଇଯାଉଛି ଏବଂ ଚିତାବାଘ ମଧ୍ୟ ତା ପଛେ ପଛେ ଗୋଡାଉଛି ।

Image result for maharashtra nashik leopard enters nashik home attacks sleeping dog,

ଏହାସହ ପଢନ୍ତୁ ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଗଲେ ମହିଳା, ଉପରେ ଚଢ଼ିଗଲା ଆଉଏକ କାର, ଦେଖନ୍ତୁ ଭିଡିଓ

ପରଦିନ ସକାଳେ ଏହି ଘଟଣା ବିଷୟରେ ଜଣା ପଡିଥିଲା ଓ ସେତେବେଳକୁ ଚିତାବାଘଟି ଜଙ୍ଗଲ ମୁଁହା ହୋଇସାରିଥିଲା । ଏହି ଘଟଣା ପରେ ବନ ଅଧିକାରୀମାନେ ମଧ୍ୟ ଆସି ଘଟଣାର ତଦନ୍ତ କରିଥିଲେ ଓ ଚିତାବାଘକୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କିଛି ବି ସୁଫଳ ମିଳିପାରିନଥିଲା । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରଲ ହେବା ପରେ ୟୁଜର୍ସ ମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ୟୁଜର ଲେଖିଛନ୍ତି ଯେ ‘ଏହି ଭିଡିଓ ଦେଖି ମୁଁ ବହୁତ ଦୁଃଖିତ ଅଟେ । ଦୟାକରି ରାତିରେ ନିଜ କୁକୁରକୁ ଘରଭିତରେ ହିଁ ରଖନ୍ତୁ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.