Below header

ବାଉଳା ହେଲା କି ପୋଲିସ୍‌ ? ଦଲାଲ ବଦଳରେ ଗିରଫ କରିଛି ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ଙ୍କୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୋଲିସ୍‌ ଅସଲ ଲୋକଙ୍କୁ ଧରୁନି । ନିରୀହଙ୍କୁ ଧରି ବାନ୍ଧି ନେଉଛି । ଏଭଳି ଅଭିଯୋଗ କରିଛନ୍ତି ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ମାନେ । ରାଜ୍ୟର ସବୁ ମେଡିକାଲକୁ ଦଲାଲ ମୁକ୍ତ କରିବା ଲାଗି ସରକାରଙ୍କ ନିର୍ଦ୍ଦେଶ ଓ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ଜୋରସୋରରେ ଚାଲିଛି । ହେଲେ ପୋଲିସ୍‌ ଏହା ଭିତରେ ଏପରି କିଛି କରିଛି ଯେ ତାର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ । ବିରୋଧ ଓ ବିକ୍ଷୋଭ ଆରମ୍ଭ ହୋଇଛନ୍ତି । ଘଟଣା ହେଉଛି, ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରୁ ଯେଉଁ ତିନିଜଣଙ୍କୁ ପୋଲିସ୍‌ ଦଲାଲ କହି ଗିରଫ କରିଛି, ସେମାନେ ପ୍ରକୃତରେ ହେଉଛନ୍ତି ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ । ତେଣୁ ସେମାନଙ୍କୁ ନିସର୍ତ୍ତ ଖଲାସ କରିବା ସହ ସେମାନଙ୍କ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ଲାଗି ଆଜି ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ପ୍ରାୟ ତିନି ଶହ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି ।

REPRESENTATIVE-2
ଆହୁରି ମଧ୍ୟ ରିପ୍ରେଜେଣ୍ଟେଟିଭ୍‌ମାନଙ୍କୁ ହସପିଟାଲ ଭିତରେ ପୂରାଇ ନଦେବା, ଡାକ୍ତରଙ୍କ ସହ ସାକ୍ଷାତ କରାଇ ନଦେବା ଅତ୍ୟନ୍ତ ଅମାନବୀୟ । କାରଣ ସେମାନଙ୍କର ଯେଭଳି କାମ କରିବାର ଅଧିକାର ରହିଛି ସେହିଭଳି କାମ ପାଇଁ ଡାକ୍ତରମାନଙ୍କୁ ସାକ୍ଷାତ କରିବାର ସୁଯୋଗ ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ଅତି କମ୍‌ରେ ସେମାନଙ୍କୁ ଦିନକୁ ଘଣ୍ଟାଏ ଡାକ୍ତରମାନଙ୍କୁ ଭେଟିବା ଲାଗି ସମୟ ଧାର୍ଯ୍ୟ କରିବା ଲାଗି ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.