Below header

କିସ୍ ବିଶ୍ୱବିଦ୍ୟାଳୟରେ ମହା-ଅଭିଭାବକ ସମ୍ମିଳନୀ, କରୋନା ପାଇଁ ଭର୍ଚୁଆଲରେ ହେଲା କାର୍ଯ୍ୟକ୍ରମ

ଭୁବନେଶ୍ୱର: କିସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ମହା-ଅଭିଭାବକ ସମ୍ମିଳନୀ । କରୋନା କଟକଣା ମଧ୍ୟରେ ଭର୍ଚୁଆଲ ମିଟରେ ସମ୍ମିଳନୀ ହୋଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅଭିଭାବକ ସାମିଲ ହୋଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି। କିସ୍ ଆଦିବାସୀ ପିଲାଙ୍କ ପାଇଁ ମଣିଷ ତିଆରି କାରଖାନା ବୋଲି କହିଥିଲେ ବଲାଙ୍ଗୀର ଆଦିବାସୀ ସଂଘର ମହାସଚିବ ନିରଞ୍ଜନ ବିଶି । କିସ୍ ଆଦିବାସୀ ପିଲାଙ୍କୁ ଭାଗ୍ୟ ଗଢୁଛି ବୋଲି ମଧ୍ୟ ସେ କହିଛନ୍ତି ।

ଏଥିସହ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋବରଘାଟି ପଞ୍ଚାୟତ କ୍ଲବ ଘରେ ମଧ୍ୟ କିସ୍‌ର ମହା-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୯ଟି ବ୍ଲକରୁ କିସ୍‌ରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ। ଅନ୍ୟପଟେ ନୂଆପଡା ଜିଲ୍ଲା କିସ୍‌ ଅଭିଭାବକ ସଂଘ ପକ୍ଷରୁ ଭର୍ଚୁଆଲରେ ସାମିଲ ହୋଇଥିଲେ ପରମାନନ୍ଦ ଭୋଇ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ସେ ସିଧାସଳଖ ଯୋଡି ହୋଇ ଛାତ୍ରଛାତ୍ରୀଙ୍କ ପାଠପଢା ବିଷୟରେ ବୁଝିଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନର ଅଭିଭାବକ ଆଜି ଅନୁଷ୍ଠିତ ହୋଇଥିବା ମିଟିଂ ରେ ଯୋଗ ଦେଇ ଡ.ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.