ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ

ନୂଆଦିଲ୍ଲୀ : ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ ହୋଇଛନ୍ତି । ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତିଶ କୁମାର ଏହି ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନ୍ୟ ସଦସ୍ୟ ସମର୍ଥନ ଜଣାଇଛନ୍ତି ।

ଏହି ଅବସରରେ ନୀତିଶ କୁମାର କହିଛନ୍ତି, ଏକାସାଥିରେ ଦୁଇଟି ପଦ ସମ୍ଭାଳିବା ସହଜ କଥା ନୁହେଁ। ବିହାରର ମୁଖ୍ୟମନ୍ତ୍ରୀ ଓ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଭୟ ଭୂମିକା ଏକାଠି ସମ୍ଭାଳି ପାରୁନଥିବାରୁ ଆରସିପି ସିଂହଙ୍କୁ ଅଧ୍ୟକ୍ଷ ପଦ ଦେବାକୁ ପ୍ରସ୍ତାବ ରଖିଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.