Below header

କୋରାପୁଟରେ ପୁରୁଷ ହକି ବିଶ୍ଵ କପ ଟ୍ରଫି, ଭବ୍ୟ ସ୍ୱାଗତ କରାଯିବା ସହିତ ଅନେକ କ୍ରୀଡାବିତଙ୍କୁ କରାଗଲା ସମ୍ମାନିତ

କୋରାପୁଟ(କେନ୍ୟୁଜ): କୋରାପୁଟରେ ପହଞ୍ଚିଲା ପୁରୁଷ ହକି ବିଶ୍ଵ କପ ଟ୍ରଫି। ରାୟଗଡ ଦେଇ ଆସିଥିବା ଟ୍ରଫିକୁ କୋରାପୁଟର ପ୍ରବେଶ ପଥରେ ବିପୁଳ ଭବ୍ୟ ସ୍ୱାଗତ କରାଯାଇଥିଲା । ବାଜା ବାଜେଣା ସହ ଡେମସା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହର ପରିକ୍ରମା କରାଯାଇଥିଲା । ଜଗନ୍ନାଥ ମନ୍ଦିର ଛକରେ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବହୁ ଖେଳାଳି ସମେତ କ୍ରୀଡା ପ୍ରେମୀ, ସାଧାରଣ ଲୋକେ ସାମିଲ ହୋଇଥିଲେ।

ଏହି ଅବସରରେ ବହୁ କ୍ରୀଡାବିତଙ୍କୁ ସମ୍ମାନିତ କରାଯାଇଥିଲା । କୋରାପୁଟ ଜିଲ୍ଲାପାଳ,ଏସପି,ଜିଲ୍ଲାର ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ଅନ୍ୟତମ କ୍ରୀଡାକ୍ଷେତ୍ର ଭାବେ ପରିଚିତ । ଆଗାମୀ ଦିନରେ କୋରାପୁଟ ଜିଲ୍ଲାର କ୍ରୀଡାର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର ବୋଲି ଜିଲ୍ଲାପାଳ କହିଛନ୍ତି। ସ୍ୱାଗତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଧାୟକ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଯୋଗଦେଇ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ବହୁବିଧ ପଦକ୍ଷେପ ନେଇଥିବାରୁ ମୂଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.