Below header

ମାନସିକ ବିକୃତର ଉନ୍ମତ୍ତ କାଣ୍ଡ : ଘରୁ ଟାଣିନେଇ ବାପା ପୁଅଙ୍କୁ କଲା ଆକ୍ରମଣ, ପୁଅ ମୃତ

ଗଞ୍ଜାମ (କେନ୍ୟୁଜ) : ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ। ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗାଁ ଦାଣ୍ଡରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ଏମିତି ଯେ ଯାହାକୁ ଶୁଣିଲେ ଆପଣଙ୍କ ଛାତି ଭୟରେ ଥରିଯିବ। କାହିଁକିନା ଘର ଭିତରୁ ଟେକି ନେଇ ମାରିଛି ଉନ୍ମତ୍ତ ବ୍ୟକ୍ତି। ସୂଚନା ଅନୁସାରେ ଗାଁର ବୁଲୁ ସାହୁ ଓ ତାଙ୍କ ୩ ବର୍ଷର ପୁଅକୁ ଘରୁ ଟାଣିନେଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସେହି ଗ୍ରାମର ବୁଲୁ ସେଠୀ ନାମକ ଜଣେ ମାନସିକ ବିକୃତ l

ବୁଲୁ ସାହୁ କିଛି ବୁଝିବା ଆଗରୁ ତାଙ୍କୁ ଓ ସାଥିରେ ଥିବା ୩ ବର୍ଷର ପୁଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ମାନସିକ ବିକୃତ ବ୍ୟକ୍ତି। ତେବେ ତାଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ବୁଲୁ ସାହୁଙ୍କ ତିନି ବର୍ଷ ପୁଅର ମୃତ୍ୟୁ ହୋଇଥିବା ବେଳେ ନିଜେ ବୁଲୁ ସାହୁ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ପ୍ରଥମେ ପୋଲସରା ମେଡ଼ିକାଲରେ ଭର୍ତି କରାଯାଇଥିଲା ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l

ଅନ୍ୟପଟେ ମାନସିକ ବିକୃତ ବୁଲୁ ସେଠୀ ଗାଁରେ ଧାରୁଆ ଅସ୍ତ୍ର ଧରି ଆତଙ୍କ ଖେଳାଇବା ସହ ଗୋଟିଏ ଗାଈକୁ ମଧ୍ୟ ହାଣି ଆହତ କରିଦେଇଛି । ସ୍ଥାନୀୟ ଲୋକେ ବୁଲୁ ସେଠୀକୁ ଧସ୍ତାଧସ୍ତି ଭିତରେ ଧରିନେଇଥବା ବେଳେ ସେ ମଧ୍ୟ ଆହତ ହୋଇ ପୋଲିସ୍ ହେପାଜତରେ ମେଡିକାଲରେ ଭର୍ତି ହୋଇଛି। ଘଟଣା ସ୍ଥଳରେ ପୋଲସରା ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟା କାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଜବତକରି ତଦନ୍ତ ଜାରି ରଖିଛି ପୋଲିସ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.