Below header

“କୋହଲି ହେଉଛନ୍ତି ଅଣ୍ଡା ଖାଉଥିବା ଶାକାହାରୀ”, ବୟାନକୁ ନେଇ ଟ୍ୱିଟରରେ ହଙ୍ଗାମା ପରେ ଏମିତି ଜବାବ ରଖିଲେ ବିରାଟ

ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନିଜର ଏକ ବୟାନ ଯୋଗୁ ଏବେ ଲୋକଙ୍କ ଟାର୍ଗେଟକୁ ଆସିଛନ୍ତି। କୋହଲି ନିକଟରେ ନିଜ ଡାଏଟ୍ ବିଷୟରେ କହିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ସେସନ ରଖିଥିଲେ। ସେଥିରେ ଜଣେ ଫ୍ୟାନ ତାଙ୍କୁ ଡାଏଟ୍ ବିଷୟରେ ପଚାରିଥିଲେ।

ଏହାର ଜବାବରେ କୋହଲି କହିଥିଲେ, ବହୁତ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ଡାଲି, କ୍ୱିନୋଆ, ପାଳଙ୍ଗ, ଦୋଷା। କିନ୍ତୁ ସବୁ ସୀମିତ ପରିମାଣରେ। କୋହଲିଙ୍କର ଏହି ଟ୍ୱିଟ ପରେ ଲୋକମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। କିଛି ଲୋକ କହିଛନ୍ତି, ବିରାଟ ତ ଅଣ୍ଡା ଖାଉଥିବା ଶାକାହାରୀ। ଆଉ କିଛି କହିଛନ୍ତି, କୋହଲି ତ ଅଣ୍ଡା ଖାଉଛନ୍ତି ମାତ୍ର ନିଜକୁ ଶାକାହାରୀ ବୋଲି କାହିଁକି କହୁଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୯ ରେ କୋହଲି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଶାକାହାରୀ। ୨୦୧୮ ରୁ ସେ ମାଂସ, ଚିକେନ୍ ଓ ଅଣ୍ଡା ଛାଡ଼ିଦେଇଛନ୍ତି। ତେଣୁ ତାଙ୍କର ଭିନ୍ନ ଭିନ୍ନ ମତ ଯୋଗୁ ଏବେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି।

ତେବେ ଏହି ମାମଲାରେ ବିରାଟ ଏକ ଟ୍ୱିଟ କରି କହିଛନ୍ତି ମୁଁ କେବେ ବି କହିନି ମୁଁ ଶାକାହାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.