Below header

ଫେକ CoWinHelp ଆପଠୁ ରୁହନ୍ତୁ ସତର୍କ, ନଚେତ ହୋଇପାରେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ଲିକ

କରୋନା ସମୟରେ ଏବେ ସମସ୍ତେ ପ୍ରାୟ ଘରୁ କାମ କରୁଛନ୍ତି । ଡିଜିଟାଲ ମାଧ୍ୟମରେ ସବୁ କାମ ଏବେ ସହଜ ରୂପେ ହୋଇପାରୁଛି । କେବଳ ଅଫିସ କାମ ନୁହେଁ ବରଂ ଅନ୍ୟ ସମସ୍ତ କାମ ମଧ୍ୟ ଡିଜିଟାଲ ମାଧ୍ୟମରେ ହେଉଛି । ଯାହାର ଖରାପ ଫାଇଦା ହାକର୍ସ ମାନେ ଉଠାଉଛନ୍ତି । ଏଭଳି ଅନେକ ଆପ ରହିଛି ଯାହା ମାଧ୍ୟମରେ ଲୋକମାନଙ୍କୁ ଠକା ଯାଉଛି । ସ୍କାମର୍ସ ମାଧ୍ୟମରେ ଲୋକମାନଙ୍କ ସବୁ ତଥ୍ୟ ଲିକ ହୋଇ ଯାଉଛି ।

ଦେଶରେ ଅନଲାଇନ ସ୍କାମର୍ସ ଅନେକ ପରିମାଣରେ ବଢ଼ିବାରେ ଲାଗିଛି । ଏହାଦ୍ୱାରା ହାକର୍ସମାନେ ଅନେକ ତଥ୍ୟ ଚୋରି କରୁଛନ୍ତି । କରୋନା କାଳରେ ଏବେ ସମସ୍ତେ ଭାରତ ସରକାର ନିର୍ଦ୍ଦେଶିତ CoWinHelp ଆପରେ ସ୍ଲଟ ବୁକିଂ କରୁଛନ୍ତି । ଏହାପରେ ନିର୍ଦ୍ଧାରିତ ଦିନରେ ଯାଇ ଭ୍ୟାକସିନ ନେଉଛନ୍ତି । କିନ୍ତୁ ଏହି ଆପରେ ମଧ୍ୟ ସ୍କାମ ହେବା ଆରମ୍ଭ ହୋଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏହା ସତ । କରୋନା ଭ୍ୟାକସିନ ସ୍ଲଟ ବୁକ ହେବାକୁ ନେଇ ଅନେକ ସ୍କାମ ହେଉଛି ।

zgzg
pc: News18

BGR ରିପୋର୍ଟ ଅନୁଯାୟୀ , ଏହି ଆପ ମାଧ୍ୟମରେ ଅନେକ ଫ୍ରଡ ହେଉଛି । CoWinHelp ଆପରେ ୧୮ ବର୍ଷରୁ ଅଧିକ ଲୋକମାନଙ୍କ ସ୍ଲଟ ବୁକ ହେବା ନେଇ ଫ୍ରଡ ମେସେଜ ଆସୁଛି । +919126874440 ଏହି ଫେକ ନମ୍ବରରୁ ୟୁଜର୍ସଙ୍କୁ ଫେକ ମେସେଜ ଆସୁଛି । ତେଣୁ ଏଥିପାଇଁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । CoWinHelpର ମେସେଜ କେବଳ ଭାରତ ସରକାର ପକ୍ଷରୁ ଆସିଥାଏ । କୌଣସି Unknown ନମ୍ବରରୁ ଏହି ମେସେଜ ଆସିଲେ ସତର୍କ ରୁହନ୍ତୁ ।

ଏହି ମେସେଜରେ ଅନେକ ଭୁଲ ଲେଖାଯାଇଥାଏ । ଏମିତିକି Vaccine ମଧ୍ୟ ଭୁଲ ଲେଖାହୋଇଥାଏ । ଏହାସହିତ CoWinHelp ଆପ ସମ୍ପର୍କରେ ସୂଚିତ କରାଯାଇଛି । ଯାହା ଏ ପର୍ଯ୍ୟନ୍ତ ଅଫିସିଆଲ ଭାବେ ଆସିନାହିଁ । ଏହା ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧି ହୋଇନାହିଁ । କାରଣ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି ଯେ, କେବଳ CoWinHelp ପୋର୍ଟାଲ ବା ୱେବସାଇଟରେ ଭ୍ୟାକସିନ ପାଇଁ ସ୍ଲଟ ବୁକ କରାଯିବ । ତେଣୁ ଏଥିପାଇଁ ଆପଣ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.