ଝଗଡ଼ା ପରେ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟରେ କଣ୍ଟା ପୂରାଇଦେଲା ନୃଶଂସ ସ୍ୱାମୀ, ଚିତ୍କାର କଲେ ବି କେହି ଆସିଲେନି ବଞ୍ଚାଇବାକୁ

ଉତ୍ତର ପ୍ରଦେଶ ରାମପୁରରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ କଣ୍ଟା ପୂରାଇବା ଭଳି ସାଂଘାତିକ ଅଭିଯୋଗ ହୋଇଛି। କୁହାଯାଉଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯେଉଁଥିପାଇଁ ରାଗରେ ସେ ଏଭଳି କାଣ୍ଡ ଭିଆଇଛି।

ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରିବା ପରେ ପୋଲିସ ମହିଳାଙ୍କୁ ଡାକ୍ତରଖାନା ପଠାଇଛି। ତେବେ ଥାନାରେ ମହିଳାଙ୍କ ସ୍ୱାମୀଙ୍କୁ ଡାକି ଦୀର୍ଘ ସମୟ ଆଲୋଚନା ପରେ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ ହୋଇଥିବା ଜଣାଯାଇଛି।

ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ମଦ ପିଇ ଘରକୁ ଆସି ତାଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ତାଙ୍କ ପ୍ରାଇଭେଟ ପାର୍ଟରେ କଣ୍ଟା ପୂରାଇଦେଇଥିଲେ। ରାତି ପ୍ରାୟ ୧୨ ଟା ବେଳେ ସେ ଚିତ୍କାର କରି ଘର ଲୋକଙ୍କୁ ଡାକିଥିଲେ। କିନ୍ତୁ କେହି ତାଙ୍କ ସ୍ୱର ଶୁଣିପାରିନଥିଲେ। ତେବେ ମାମଲା ଏକ ଘରୋଇ ବିବାଦ ହୋଇଥିବାରୁ ପୋଲିସ ସମାଧାନ କରିଥିବା କହିଛି।