Below header

ଅଧିକ ହୋମୱାର୍କ ଦିଆଯାଉଥିବାରୁ ଟେନ୍ସନ ହୋଇ ମୋଦିଙ୍କୁ ଅଭିଯୋଗ କଲା ୬ ବର୍ଷର ଝିଅ, ଆକ୍ସନ ନେଲେ ଉପରାଜ୍ୟପାଳ; ଦେଖନ୍ତୁ ଭିଡିଓ

ଦେଶରେ କରୋନା ସଂକ୍ରମଣ ଯୋଗୁ ସମସ୍ତ ସ୍କୁଲ ବନ୍ଦ ରହିଛି। ବର୍ଷେ ହେଲାଣି ପିଲାମାନେ ସ୍କୁଲଠାରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପଢ଼ାରେ ବ୍ରେକ୍ ଲାଗିଛି। ଏଣୁ ଏବେ ପିଲାଙ୍କର ଅନଲାଇନ କ୍ଳାସ ଆରମ୍ଭ ହୋଇଛି। କିନ୍ତୁ କୁନି କୁନି ପିଲାମାନେ ଏହି ଅନଲାଇନ କ୍ଳାସ ଯୋଗୁ ବି ଟେନ୍ସନ ହୋଇପଡ଼ିଛନ୍ତି।

ସୋସିଆଲ ମିଡିଆରେ ସେଭଳି ଏକ ୬ ବର୍ଷର ଝିଅର ଅଭିଯୋଗପୂର୍ଣ୍ଣ ଭିଡିଓ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ତେବେ ଝିଅଟିର ଅଭିଯୋଗ ପରେ ଜମ୍ମୁ- କଶ୍ମୀରର ଉପରାଜ୍ୟପାଳ ମନୋଜ ସିଂହା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


ଭିଡିଓରେ ଜମ୍ମୁ-କଶ୍ମୀରର ଏକ ୬ ବର୍ଷର ଝିଅ ଅନଲାଇନ କ୍ଳାସ ଯୋଗୁ ଟେନ୍ସନ ଥିବା କହିଛି। କ୍ଳାସରେ ଦିଆଯାଉଥିବା ହୋମୱାର୍କ ଯୋଗୁ ଝିଅଟି ବିରକ୍ତ ହୋଇ ମୋଦିଙ୍କୁ ଅଭିଯୋଗ ଶୁଣାଇଛି। ଏଥିସହ ହୋମୱାର୍କ ବୋଝ କମ୍ କରିବାକୁ ନିବେଦନ କରିଛି। ଛୋଟ ପିଲାଙ୍କୁ ଏତେ କାମ କାହିଁକି ଦିଆଯାଉଛି ବୋଲି ଝିଅଟି ପ୍ରଶ୍ନ କରିଛି। ସୋସିଆଲ ମିଡିଆରେ ଏହି କୁନି ଝିଅର ମଜାଳିଆ ଅଭିଯୋଗ ଖୁବ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.