କୋଭିଡ଼ରୁ ସୁସ୍ଥ ହେବା ପରେ ପୁଣି ଥରେ ଅସୁସ୍ଥ ହୋଇପଡିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଏମ୍ସରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଜି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡ. ନଶଙ୍କ କିଛି ଦିନ ତଳେ କୋଭିଡରୁ ସୁସ୍ଥ ହୋଇ ଫେରିଥିଲେ ।  କୋଭିଡ୍‌ ପରବର୍ତ୍ତୀ ସମସ୍ୟା ଦେଖା ଦେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତେଣୁ ସଂଗେ ସଂଗେ ତାଙ୍କୁ ଏମ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶଯୋଗ୍ୟ ଯେ ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ କରୋନାରେ ସଂକ୍ରମିତ ହେବା ପରେ ଗତ ୨୧ ତାରିଖରେ ଟ୍ଵିଟ କରି ଜଣାଇଥିଲେ । ତାଙ୍କ ସହ ଯେଉଁମାନେ ସମ୍ପର୍କରେ ଆସିଥିବେ ତାଙ୍କର କରୋନା ଟେଷ୍ଟ କରିବାକୁ ସେ ଜଣାଇଥିଲେ । ୬୧ ବର୍ଷିୟ ଡ. ନିଶଙ୍କ ଦୀର୍ଘ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କରୋନା ପରବର୍ତ୍ତୀ ସମସ୍ୟା ଦେଖାଦେବାରୁ ପୁନର୍ବାର ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତେବେ ମନ୍ତ୍ରଣାଳୟ ପୂର୍ବ ପରି ଚାଲୁ ରହିବ ବୋଲି ମନ୍ତ୍ରୀ ଡ. ନିଶଙ୍କ ପ୍ରକାଶ କରିଛନ୍ତି ।

ଶିକ୍ଷା ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଯିବାରୁ ଆଜି ଦ୍ୱାଦଶ  ପରୀକ୍ଷା ନେଇ ହେବାକୁ ଥିବା ବୈଠକ ସ୍ଥଗିତ ହୋଇପାରେ ବୋଲି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.