କାଲି ହେବ ପ୍ରବଳ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ପାର୍ବଣରେ ଭିଜିବ ସାରା ଓଡିଶା। ଫିକା ପଡ଼ିବ ଦଶହରାର ମଜା। ଆସନ୍ତାକାଲି ଠାରୁ ଓଡ଼ିଶାରେ ବର୍ଷା ସମ୍ଭାବନା। କାଲି ଉତ୍ତରପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ କ୍ଷେତ୍ର। ଏହାର ପ୍ରଭାବରେ ବଢିବ ବର୍ଷା। କାଲି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨ତାରିଖରୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି ।

ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି। ୫ତାରିଖରେ ମଧ୍ୟ ଜାରି ରହିବ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା। ସେପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି।

ଚଳିତ ମୌସୁମୀ ଋତୁରେ ଜୁନ୧ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୧୯୬. ୮ ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ବୃଷ୍ଟିପାତ ୧୧୫୦.୨ ମିମି ଠାରୁ ୪ ପ୍ରତିଶତ ଅଧିକ। ୪ଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଗୋଟିଏ ଜିଲ୍ଲା ଭଦ୍ରକରେ ନିଅଣ୍ଟିଆ ଓ ୨୫ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.