ଓଡ଼ିଶା ଆସୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଓଡ଼ିଶା ଆସୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ୨୮ ତାରିଖରେ ଓଡ଼ିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେ ଓଡ଼ିଶା କୃଷି ଭବନ ପରିଦର୍ଶନ କରିବେ । ଓଡ଼ିଶା କିପରି ଡିଜିଟାଲ୍ ଭିତ୍ତିଭୂମି ଓ ଜ୍ଞାନକୌଶଳ ବ୍ୟବହାର କରି କୃଷକମାନଙ୍କର ବିକାଶ କରୁଛନ୍ତି ସେସମ୍ପର୍କରେ ଅଧିକ ଜାଣିବାକୁ ଚାହିଁବେ ବିଲ ଗେଟସ୍ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଆସୁଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ୨୮ ତାରିଖରେ ଓଡ଼ିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେ ଓଡ଼ିଶା କୃଷି ଭବନ ପରିଦର୍ଶନ କରିବେ । ଓଡ଼ିଶା କିପରି ଡିଜିଟାଲ୍ ଭିତ୍ତିଭୂମି ଓ ଜ୍ଞାନକୌଶଳ ବ୍ୟବହାର କରି କୃଷକମାନଙ୍କର ବିକାଶ କରୁଛନ୍ତି ସେସମ୍ପର୍କରେ ଅଧିକ ଜାଣିବାକୁ ଚାହିଁବେ ବିଲ ଗେଟସ୍ ।

ଓଡ଼ିଶା ଗସ୍ତ ପୂର୍ବରୁ ବିଲ ଗେଟସ୍ ନୋଟ୍ ମାଧ୍ୟମରେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ସହାୟତା ଉଦ୍ୟମକୁ ସେ ଭୂୟଶୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟକକଚର ବା DPI ବ୍ୟବାହର କରି ଓଡ଼ିଶା କୃଷକଙ୍କୁ ସଶକ୍ତକରଣ କରିବାକୁ ଆର୍ଥିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଦେଉଛନ୍ତି ସରକାର । କିପରି ଚାଷର ଉନ୍ନତିକରିପାରିବେ ସେବାବଦରେ ତଥ୍ୟ ଦେଉଛନ୍ତି । ଓଡ଼ିଶାର ମଡେଲ୍ ଏବେ ଅନ୍ୟ ଦେଶ ବି ଅନୁକରଣ କରିବାକୁ ବସିଲେଣି ।

୨୦୧୭ ମସିହାରେ ବିଲ ଗେଟସ୍ ଫାଉଣ୍ଡେସନ୍ ସହ ଓଡ଼ିଶା ସରକାରଙ୍କର ଏକ ଏମଓୟୁ ବି ହୋଇଥିଲା । କ୍ଷୁଦ୍ର ଚାଷୀଙ୍କ ଜୀବନଧାରାରେ ଉନ୍ନତି ଓ ଅନ୍ତର୍ଭୁକ୍ତିକରଣ ଚାଷ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.