ବିଦେଶରେ ବି ରଜର ଆସର, ଏକାଠି ହୋଇ ରଜ ପାଳିଲେ ପ୍ରବାସୀ ଓଡିଆ

ରଜ ଯେ କେବଳ ଓଡ଼ିଆ ମାନେ ଓଡ଼ିଶାରେ ପାଳନ କରିଥାନ୍ତି ତାହା ନୁହେଁ  ବରଂ ବିଦେଶରେ ମଧ୍ୟ ପ୍ରବାସୀ ଓଡିଆ ଏହାକୁ ଧୁମଧାମରେ ପାଳନ କରୁଥିବାର ଦେଖିବାକୁ ମିଳିଛି।  ଇଂଲଣ୍ଡର ମିଲଟନ କେନିଜ୍ ଓଡ଼ିଆ ସୋସାଇଟି ପକ୍ଷରୁ ୮ମ ବର୍ଷ ରଜ ଉତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଇଛି । ଏହି ମିଲଟନ କେନିଜ୍ ଠାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଓଡ଼ିଆ ପରିବାର ବସବାସ କରନ୍ତି । ପ୍ରତ୍ୟକ ବର୍ଷ ଏହି ରଜ ଉତ୍ସବକୁ ଧୁମଧାମରେ ପାଳନ କରିଆସୁଛନ୍ତି ଏହି ପ୍ରବାସୀ ଓଡ଼ିଆ ମାନେ । ନାଚ ଗୀତ ସହ ଓଡ଼ିଆ ପାଲା ଦାସକାଠିଆ ଭଳି ଲୋକକଳାକୁ ମଧ୍ୟ ବିଦେଶରେ ପ୍ରଚାର ପ୍ରସାର କରି ଓଡ଼ିଆଙ୍କ ଟେକ ରଖିଛନ୍ତି ଏହି ସୋସାଇଟିର ସଦସ୍ୟ ମାନେ । ଏଥି ସହିତ ଓଡ଼ିଶାର ଫନି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଅର୍ଥ ଯୋଗାଡରେ ଲଗିଛନ୍ତି ଏହି  ମିଲଟନ କେନିଜ୍ ଓଡ଼ିଆ ସୋସାଇଟି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.