Below header

ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଓଡିଶା ପ୍ରସିଦ୍ଧ ଜିଅନ୍ତା ଘୁଘୁନି ସହିତ ଛଟପଟ ବରା

ବରା ଘୁଘୁନି ଖାଇବାର କିଛି ଅଲଗା ହିଁ ମଜା ରହିଛି। ଓଡିଶାରେ ପ୍ରାୟ ସମସ୍ତଙ୍କ ଘରେ ସକାଳ ଏବଂ ସଂଧ୍ୟାରେ ବରା, ଘୁଘୁନି ବା ମଟର ତରକାରୀ ଖାଇବାକୁ ଭଲ ପାଇଥାନ୍ତି। ବଜାର ଠାରୁ ଘର ତିଆରି ବରା ଅଧିକ ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ତେବେ ଏହି କ୍ରିସପି ବରା ଏବଂ ଟେଷ୍ଟୀ ଘୁଘୁନିକୁ ପ୍ରସ୍ତୁତ କରିବାର ଉପାୟ।

ବରା ପାଇଁ ଆବଶ୍ୟକୀୟ ସାମଗ୍ରୀ

ବିରି – ୧୫୦ ଗ୍ରାମ

ଅଦା – ୧୦ ଗ୍ରାମ୍

କଟା ପିଆଜ – ୨ଟି

ଭ୍ରୁଷଙ୍ଗ ପତ୍ର – ୭/୮

ସୁଜି – ୪ ଟେବୁଲ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ

ଲୁଣ – ସ୍ବାଦାନୁସାରେ

ଘୁଘୁନି ବା ମଟର ତରକାରୀ ପାଇଁ ସାମଗ୍ରୀ

ମଟର – ୧୫୦ ଗ୍ରାମ

କଟା ପିଆଜ – ୧

ଟମାଟୋ – ୧ଟା

ଧନିଆ ପତ୍ର – ୨ ଟେବୁଲ ଚାମଚ୍

ଗୋଲ ମରୀଚ ପାଉଡର – ୧ ଟେବୁଲ ଚାମଚ

ଲାଲ ଲଙ୍କା ପାଉଡର – ୧ ଟେବୁଲ ଚାମଚ

ହଳଦି – ୧ ଟେବୁଲ ଚାମଚ

ଲୁଣ – ସ୍ବାଦାନୁସାରେ

ରିଫାଇନ୍ ତେଲ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବିରିକୁ ୪ ରୁ ୫ ଘଣ୍ଟା ଭିଜାଇ ରଖନ୍ତୁ। ଏହା ସହିତ ମଟରକୁ ମଧ୍ୟ ୪ରୁ୫ ଘଣ୍ଟାା ଭିଜାଇ ରଖନ୍ତୁ। ଏହାପରେ ଭିଜା ହୋଇଥିବା ବିରିରେ କିଛି ଅଧା ପକାଇ ବାଟି ଦିଅନ୍ତୁ । ଧ୍ୟାନ ରଖିବେ ବିରିର ଆଣ ଯେପରି ଗାଢ଼ା ରହିଥିବ। ବରା ନରବ ହେବା ପାଇଁ ଏହି ପେଷ୍ଟକୁ ଅଧଘଣ୍ଟା ପର‌୍ୟ୍ୟନ୍ତ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଏହି ବିରି ପେଷ୍ଟରେ ପିଆଜ, କଞ୍ଚା ଲଙ୍କା, ଭ୍ରୁଷଙ୍ଗ ପତ୍ର, ଚାରି ଚାମଚ୍ ସୁଜି ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଆଞ୍ଚରେ ତେଲ ଗରମ କରି ବରା ଛାଣନ୍ତୁ। ଏହା ସବୁଆଡୁ ଭଲଭାବେ ଫ୍ରାଇ ହୋଇଗଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଆପଣଙ୍କର ବରା ପ୍ରସ୍ତୁତ ହୋଇଯାଇଛି।

ଏବେ ଘୁଘୁନି ବା ମଟର ତରକାରୀ ପ୍ରସ୍ତୁତ କରିବା ପାଇଁ କଡାରେ ପ୍ରଥମେ ତେଲ ଗରମ କରନ୍ତୁ। ଏହା ପରେ ସେଥିରେ ତେଜପତ୍ର, ଲବଙ୍ଗ, ଜିରା ପକାଇ ବାସ୍ନା ଆସିବା ଯାଏଁ ଭାଜନ୍ତୁ। ଏବେ ସେଥିରେ କଟା ହୋଇଥିବା ପିଆଜକୁ ପକାନ୍ତୁ। ଏହାପରେ କଟା ଟମାଟୋ, ଲାଲ ଲଙ୍କା ପାଉଡା, ଗୋଲମରୀଚ ପାଉଡର, ଧନିଆ ପାଉଡର, ହଳଦୀ ଗୁଣ୍ଡ ଏବଂ ସ୍ବାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା ରାନ୍ଧି ହୋଇଗଲା ପରେ ସେଥିରେ ଭିଜାଇ ରଖିଥିବା ମଟରକୁ ପକାନ୍ତୁ। ଏବଂ ଆଳୁ ପକାଇ ଦିଅନ୍ତୁ। ଆଳୁ ଆପଣ ଚାହିଁଲେ ପକାଇପାରିବେ। ଏହାକୁ ଭଲଭାବେ ଗୋଳାଇବା ପରେ ସେଥିରେ ପାଣି ଦିଅନ୍ତୁ। ପାଣି ଭଲଭାବେ ଫୁଟି ଗଲାପରେ କିଛି ସମୟ ଛାଡି ଦିଅନ୍ତୁ। ଏବେ ଆପଣଙ୍କର ଘୁଘୁନି ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.