Below header

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଶେଷ ହେଲା ରଥ ଯୋକା କାମ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋର ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ତିନି ରଥର ଯୋକା ପକାଯାଉଛି। ଯୋକା ଦ୍ୱାରା ରଥର ବିଭିନ୍ନ ଗୟଳ, ଦଣ୍ଡା ଓ ଅଖକୁ ବାନ୍ଧେଣୀ କରାଯାଇଥାଏ । ନନ୍ଦିଘୋଷ ରଥର ୧୬, ତାଳଧ୍ୱଜର ୧୬ ଓ ଦର୍ପଦଳନ ରଥର ୧୨ଟି ଯୋକା ଲାଗିଥାଏ । ସେହିପରି ରଥଖଳାରେ ଚଉଦ ନାହାକା କାମ ଚାଲିଛି । ଚାରି ନାହାକା ଉପରେ ଛଅ କାଠ ବୁଲି ଚଉଦ ନାହାକା ବସିବ । ଏଥିସହ ନନ୍ଦିଘୋଷ ରଥର ଜଗତପୃଷ୍ଠ ଶ୍ରେଣୀ କାମ ମଧ୍ୟ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.