Below header

ଝରସୁଗୁଡାରେ ପିସିଆର ଓ ଟିଟିଲାଗଡରେ ଟ୍ରେନ ଭିତରେ ଶିଶୁ ଜନ୍ମ କଲେ ପ୍ରବାସୀ ଓଡିଆ ମହିଳା

କେନ୍ୟୁଜ୍ (ବ୍ୟୁରୋ): ଝାରସୁଗୁଡ଼ାରେ ପିସିଆର ଭ୍ୟାନରେ ଏକ ଶିଶୁକୁ  ଜନ୍ମ ଦେଲେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍‌ରେ ପ୍ରସବ ବେଦନା ହେବାରୁ ରେଳବାଇ କର୍ତ୍ତୃପକ୍ଷ ଝାରସୁଗୁଡା ପୋଲିସକୁ ଫୋନ କରିଥିଲେ।  ଝାରସୁଗୁଡ଼ା ଷ୍ଟେସନ ନିକଟରେ ଟ୍ରେନ୍ ଅଟକିବା ପରେ ଷ୍ଟେସନରୁ ମହିଳାଙ୍କୁ ପିସିଆର ଭ୍ୟାନ ଯୋଗଁ  ଡାକ୍ତରଖାନା ନିଆଯାଇଥିଲା। । ରେଳବାଇ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବା ପରେ ଝାରସୁଗୁଡା ଆଇଆଇସି ସାବିତ୍ରୀ ବଳ ତୁରନ୍ତ ଆମ୍ବୁଲାନ୍‌ସ ଡକାଇ, ନିଜେ ପହଞ୍ଚିଥିଲେ ରେଳ ଷ୍ଟେସନରେ। କିନ୍ତୁ ଆମ୍ବୁଲାନ୍‌ସ ପହଞ୍ଚିବାରେ ବିଳମ୍ବ ହେଲା।

 

ଆଇଆଇସି ନିଜେ ପିସିଆର ଭ୍ୟାନରେ ମହିଳାଙ୍କୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରିଥିଲେ।କିନ୍ତୁ ବାଟରେ ହିଁ ମହିଳା ଜଣଙ୍କ ଶିଶୁକୁ ଜନ୍ମ ଦେଇଥିଲେ । ଏହାପରେ ଶିଶୁକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରସବ ସମୟରେ ଆଇଆଇସି ସାବିତ୍ରୀ ବଳ ପ୍ରସୂତିଙ୍କୁ ସାହାଯ୍ୟ କରିଥିଲେ। ବର୍ତ୍ତମାନ ମାଆ ଓ ଶିଶୁ ସୁରକ୍ଷିତ ଅଛନ୍ତି। ପୋଲିସ ଭ୍ୟାନ୍‌ରେ ଶିଶୁ ଜନ୍ମ ନେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ

ସେହିଭଳି ଟ୍ରେନ ଭିତରେ ଜନ୍ମ ନେଲା ଶିଶୁକନ୍ୟା। ଟିଟିଲାଗଡ ରେଳ ଷ୍ଟେସନରେ ଆଜି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲଙ୍ଗାନାରୁ କାଜିପେଟରୁ ବଲାଙ୍ଗିର ଆସୁଥିବା ସ୍ୱତନ୍ତ୍ର ଟ୍ରେନରେ ଜଣେ ପ୍ରସୂତିଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଖବର ପାଇବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଡାକ୍ତରୀଦଳ ସହ ଟିଟିଲାଗଡ଼ ରେଳଷ୍ଟେସନରେ ପହଞ୍ଚିଥିଲେ। ଟ୍ରେନ ଭିତରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଉଭୟ ମା ଓ ଶିଶୁଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି । .

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.