Below header

ସ୍ୱାଭାବିକ ହେଉଛି ରାଜଧାନୀରେ ଜନଜୀବନ, ତଥାପି ଅମାନିଆଙ୍କ ଦୋଷ ଯାଉନି

ରାଜଧାନୀ ଭୁବନେଶ୍ୱର ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଯଦିଓ ଲକ୍‌ଡାଉନ ୪.୦ ପରେ ବି ସମସ୍ତେ ଘରୁ ବାହାରି ନାହାନ୍ତି ତେବେ ରାସ୍ତାରେ ଚଳପ୍ରଚଳ ବେଶ୍ ବଢ଼ିଛି । ସଡ଼କରୁ ବ୍ୟାରିକେଡ୍ ସବୁ ହଟିଗଲାଣି ଏବଂ ପୋଲିସ୍ ମଧ୍ୟ ଆଉ ଚେକିଂ କରୁନାହିଁ । ଯାତାୟାତ ବଢ଼ିବାରୁ ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି ।
ଅବଶ୍ୟ ଏସବୁ ଭିତରେ ଲୋକେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭୁଲୁ ନାହାନ୍ତି । କାରଣ ଏହା ଏକ ଅଭ୍ୟାସରେ ପଡ଼ିଗଲାଣି । ଯାହାକୁ ଆଗାମୀ ସମୟରେ ମଧ୍ୟ ଧୈର‌୍ୟ୍ୟ ଧରି ବଜାୟ ରଖିବାକୁ ପଡ଼ିବ । ହେଲେ ଅନେକ ସ୍ଥାନରେ ଭିଡ଼ ବଢ଼ିଥିଲେ ମଧ୍ୟ ମୁହଁରେ ମାସ୍କ ଥାଇ ବି କିଛି ଲୋକଙ୍କୁ ସେସବୁ ଫରକ ପଡୁନାହିଁ । ସେମାନେ ସାମାଜିକ ଦୂରତା ମାନିବାକୁ ପ୍ରସ୍ତୁତ ନୁହନ୍ତି ।

NO MASKଆଉ କିଛି ଲୋକ ତ ପୂର୍ବ ଅଭ୍ୟାସ ନଛାଡ଼ି ବାହାରେ ପାନଛେପ ଏବଂ ଛେପ ପକାଇ ଚାଲିଛନ୍ତି । ଲାଗୁଛି ଯେମିତି କୋରଡ଼ା ମାଡ଼ ନହେଲେ ଏମାନେ ସୁଧୁରିବେ ନାହିଁ । ସରକାର ବେଶ୍ ପ୍ରୟାସ କରିଛନ୍ତି । ଲୋକଙ୍କୁ ସଚେତନ ସହ ଆକଟ ବି କରିଛନ୍ତି । ତେବେ ସବୁଦିନେ ଲକ୍‌ଡାଉନ୍ ସମ୍ଭବ ନୁହେଁ । କୋଭିଡ୍‌-୧୯ ଏଭଳି ଏକ ଭାଇରସ୍ ଯାହା ହୁଏତ ଅନେକ ମାସ କି ବର୍ଷ ଧରି ଆମକୁ ଛାଡ଼ି ଯିବା ଭଳି ଲାଗୁ ନାହିଁ । ତେଣୁ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଯେଉଁ ନିୟମଗୁଡ଼ିକ ମାନି ଆସୁଛନ୍ତି ସେସବୁକୁ ପାଳନ କରିବାକୁ ପଡ଼ିବ ।

SPITଏବେ ସରକାରଙ୍କର ଦାୟିତ୍ୱ ନୁହେଁ, ସବୁ ଦାୟିତ୍ୱ ଓ କର୍ତ୍ତବ୍ୟ ଆମ ସମସ୍ତଙ୍କର । ନିଜେ ଓ ନିଜ ପରିବାରକୁ କରୋନାରୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ହିଁ ସଚେତନ ରହିବାକୁ ପଡ଼ିବ । ନଚେତ ରୋଗ ଭୋଗିବାରୁ କେହି ରୋକି ପାରିବେ ନାହିଁ
। ତଥାପି ପୋଲିସ୍ ଯେଭଳି ଭାବେ ଟ୍ରାଫିକ୍ ନିୟମକୁ ଜଗୁଛନ୍ତି ସେହିଭଳି ଭାବେ କରୋନା ନିୟମକୁ ବି ଟିକେ ଦୃଷ୍ଟି ଦେବା ଉଚିତ । ସବୁକୁ ସିନା ରୋକି ହେବ ହେଲେ କୁଅଭ୍ୟାସଗୁଡ଼ିକୁ ରୋକିବା ପାଇଁ ଦଣ୍ଡ ବୋଧହୁଏ ନିହାତି ଦରକାର । ଯାହା ବର୍ତ୍ତମାନ ସ୍ଥିତିରୁ ଆମେ ଅନୁଧ୍ୟାନ କରିଛୁ ।

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.