Below header

ଶ୍ରୀକ୍ଷେତ୍ରରେ ନୂଆବର୍ଷ ସୁରକ୍ଷା କଡ଼ାକଡ଼ି, ମୁତୟନ ରହିବେ ୬୫ ପ୍ଲାଟୁନ୍‌ ଫୋର୍ସ

ପୁରୀ(କେନ୍ୟୁଜ୍): ଦିନେ ପରେ ନୂଆବର୍ଷ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ରହିବେ ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁବାସ ବୋଷ ଛକରୁ ଷ୍ଟର୍ଲିଂ ଛକ ଯାଏଁ ଟ୍ରାଫିକ କଟକଣା ଲାଗୁ ହେବ । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପୁରୀକୁ ଭାରିଯାନ ମନା । ମାର୍କେଟ ଛକରୁ ଚାରି ଚକିଆ ଯାନ ଚଳାଚଳ ବନ୍ଦ । ବଡ଼ଦାଣ୍ଡକୁ ତିନିଟି କରିଡରରେ ବିଭକ୍ତ କରାଯାଇଛି। ମଝି କରିଡର ସାଧାରଣ ଭକ୍ତଙ୍କ ପାଇଁ ରହିବ । ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଓ ଜରୁରିକାଳୀନ ଯାନ ପାଇଁ ରହିବ ବାମ ପଟ କରିଡର । ସେହିପରି ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କ ପାଇଁ ଡାହାଣ କରିଡର ରହିବ । ଏହାବ୍ୟତୀତ ସମୁଦ୍ର କୂଳରେ ନିୟୋଜିତ ହେବେ ଲାଇଫ୍‌ ଗାର୍ଡ। ପୋଲିସ ପକ୍ଷରୁ ପୁରୀର ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାଶ । ଗତକାଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୋଲିସ ଡିଜି ଅଭୟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.