Below header

କଇଁଛର ପେଟ ଭିତରୁ ବାହାରିଲା ଏତେ ଗୁଡିଏ ମୁଦ୍ରା ଯାହାକୁ ଦେଖି ଡାକ୍ତରମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରେ ଲୋକମାନେ ସମୁଦ୍ର କୂଳରୁ ଗମ୍ଭୀର ଅବସ୍ଥାରେ ଥିବା ଏକ କଇଁଛକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ଲୋକମାନେ ଏହାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ କଇଁଛଟି ଉଦ୍ଧାର ସମୟରେ ସମୁଦ୍ରରେ ପହଁରି ପାରୁନଥିଲା । ତେବେ ଡାକ୍ତରମାନେ ସିଟିସ୍କାନ କରିବାପରେ କଇଁଛ ପେଟରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଇଁଛର ପେଟ ଭିତରେ ଅନେକଗୁଡ଼ିଏ ମୁଦ୍ରା ରହିଥିଲା ।

Related image

ସୂଚନା ଅନୁଯାୟୀ ‘ବ୍ୟଙ୍କ’ ନାମକ ଏହି କଇଁଛଟିକୁ ଜଳାଶୟ ନିକଟରୁ ଅତି ଗମ୍ଭୀର ସ୍ଥିତିରେ ଉଦ୍ଧାର କରାଯାଇଥିଲା ଏବଂ ଲୋକମାନେ ତାକୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ମୁଦ୍ରାର ଓଜନପାଇଁ କଇଁଛର ଭେଣ୍ଟ୍ରୋଲ ସେଲରେ ବହୁତ ପ୍ରେସର ରହିଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏହା ଏକ ଫୁସଫୁସର ସଂକ୍ରମଣ ମଧ୍ୟ ଥିଲା ।

Image result for OMG! इस कछुए के पेट में मिले इतने पैसे, देखकर डॉक्टर भी हुए हैरान

ଏହା ବ୍ୟତୀତ ଡାକ୍ତରମାନେ କଇଁଛର ଅନ୍ତରୁ ଏକ ଫିସିଙ୍ଗ ହୁକ୍ ମଧ୍ୟ ବାହାର କରିଥିଲେ । ଯେଉଁ କାରଣରୁ ଠିକ ସମୟରେ ତାର ଜୀବନ ବଂଚା ଯାଇପାରିଥିଲା । ତେବେ କଇଁଛର ପେଟ ଭିତରେ ଥିବା ଏହି ମୁଦ୍ରା ଗୁଡିକ କଇଁଛ ଗିଳି ଦେଇଥିଲା ବୋଲି ଅନୁମାନ କରାଯାଉଛି । ସମୁଦ୍ରରେ ପକାଯାଉଥିବା ମୁଦ୍ରା ଗୁଡିକୁ କଇଁଛଟି ଗିଳି ଦେଉଥିଲା ଯାହାକି ଆଗକୁ ତାପାଇଁ ବହୁତ ଅସୁବିଧା ସୃଷ୍ଟି କରିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.