ଜାତିସଂଘ ଓ ନୀତି ଆୟୋଗର Sustainable Development Goalରେ ୧୦ଟି ସ୍ଥାନ ଉପରକୁ ଉଠିଲା ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା SDG ଇଣ୍ଡିଆ ଇନ୍‌ଡେକ୍ସ ରିପୋର୍ଟ ୨୦୧୯-୨୦ । ଜାତିସଂଘ ଓ ନୀତି ଆୟୋଗର Sustainable Development Goalରେ ୧୦ଟି ସ୍ଥାନ ଉପରକୁ ଉଠିଲା ଓଡ଼ିଶା । ୨୦୧୯ ରିପୋର୍ଟରେ ଓଡ଼ିଶାର ର‍୍ୟାଙ୍କ ୧୬ ରହିଛି । ୨୦୧୮ରେ ଓଡ଼ିଶା ୨୬ତମ ସ୍ଥାନରେ ଥିଲା । ସେପଟେ ଫାଷ୍ଟର ମୁଭର୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ୨୦୧୯ରେ ଓଡ଼ିଶା ୭ ପଏଣ୍ଟ ଅଗ୍ରଗତି କରିଛି । ଓଡ଼ିଶା ୫୧ରୁ ୫୮ ପଏଣ୍ଟକୁ ବୃଦ୍ଧି ପାଇଛି । ଶିଳ୍ପ, ଉଦ୍ଭାବନ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ୪୦ ପଏଣ୍ଟ । ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ପାଇଁ ୩୯ ପଏଣ୍ଟ ମିଳିଥିବା ବେଳେ ସୁବିଧା ଭାବରେ କିଭଳି ସ୍ୱଚ୍ଛ ଶକ୍ତି ମିଳିବ ସେଥିପାଇଁ ୨୭ ପଏଣ୍ଟ ମିଳିଛି ଓଡ଼ିଶାକୁ । ୨୦୧୯ରେ ଫାଷ୍ଟେଷ୍ଟ ମୁଭର ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ୟୁପିର ୪୨ ପଏଣ୍ଟରୁ ୫୫ ପଏଣ୍ଟ ହୋଇଛି । ସମୁଦାୟ ୧୭ଟି Sustainable Development Goal ନେଇ ରିପୋର୍ଟ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.