ସରକାରୀ ନିଗମ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା, ମିନତୀ ବେହେରା ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ନିଗମ ଓ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବହୁ ଦିନରୁ ଖାଲପଡ଼ିଥିବା ମହିଳା କମିସନଙ୍କ ଅଧ୍ୟକ୍ଷା ଭାବେ ମୀନତି ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିପରି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ସଦସ୍ୟ ଓ କସ୍ତୁରୀ ମହାପାତ୍ରଙ୍କୁ ସାମାଜିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ପ୍ରିୟଦର୍ଶୀ ମିଶ୍ର ହାଉସିଂ ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ।

କାହାକୁ ମିଳିଲା କଣ

ଲେନିନ ମହାନ୍ତି- ସମ୍ପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ
ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି
କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
ଉତ୍କଳ କେଶରୀ ପରିଡ଼ା- ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
ଦେବାଶିଷ ଘୋଷ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
ସୁଲତା ଦେଓ- ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ
ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ
ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ
ଈଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
ପ୍ରଭାତ ଆଦିତ୍ୟ ମିଶ୍ର -ଅଧ୍ୟକ୍ଷ, ଆପିକଲ
ଅନୁପ ସାଏ- ଅଧ୍ୟକ୍ଷ, ଓଡ଼ିଶା ଓୟାର ହାଉସିଂ କର୍ପୋରେସନ
ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ

ଅମରେନ୍ଦ୍ର ଦାସ – ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ
ଲୁଲୁ ଅମାତ – ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ
ଚିନ୍ମୟ ସାହୁ – ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର – ଅଧ୍ୟକ୍ଷ, ଓଟିଡ଼ିସି
ଅମରେଶ ପତ୍ରୀ – ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ – ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ
ବିଜୟ କୁମାର ନାୟକ – ଅଧ୍ୟକ୍ଷ, ଓଡ଼ିଶା ଯବୁ ମଙ୍ଗଳ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର – ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
ସୁବାସ ସିଂହ – ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ ବୋର୍ଡ
ସଂଜୀବ ପାଇକରାୟ – ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.