Below header

ବାଲି ମାଫିଆଙ୍କ ଗୁଣ୍ଡାରାଜ, ଗାଡ଼ି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ । ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ ।

କଟକ (କେନ୍ୟୁଜ): କଟକରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । କଟକ ସଦର ଥାନା ନିକଟରେ ବାଲି ଗାଡ଼ି ଅଟକ ରଖି ଯାଞ୍ଚ୍ କରୁଥିବାବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ । ଯାଞ୍ଚ ଚାଲିଥିବାବେଳେ ଖଣି ଅଧିକାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏକ ଗାଡି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଣି ଅଧିକାରୀ । ଏନେଇ କଟକ ସଦର ଥାନାରେ ଏତଲା ଦିଆଯାଇଛି। ଗୋପାଳପୁର ନିକଟରେ ଥିବା ବିଭିନ୍ନ ବାଲିଘାଟରୁ ବେଆଇନ ଉଠାଣ ହେଉଛି । ଏନେଇ କଟକ ଜିଲ୍ଲା ଖଣି ଅଧିକାରୀ ସମ୍ବିତ ସାହୁଙ୍କ ନେତୃତ୍ବରେ ଯାଞ୍ଚ ଚାଲିଥିବା । ଏହି ସମୟରେ ଖଣି ଅଧିକାରୀଙ୍କୁ ଧକ୍କା ଦେଇଥିଲା ହାଇୱା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.