କାଳ ରବିବାର: ବାଟରେ ଜଗି ବସିଥିଲା ଯମ, ନେଇଗଲା ଜୀବନ

ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଅମୂଲ୍ୟ ଜୀବନ । କେଉଁଠି ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ଖବର ମିଳିଛି ତ କେଉଁଠି ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି ।

ଆଜି ର ଦିନ ସମସ୍ତଙ୍କ ପାଇଁ ନିଶ୍ଚିତ ମନେ ରହିବ । କାରଣ ଏହା ହେଉଛି ବ୍ଲାକ୍‌ ସନ ଡେ ବା କଳା ରବିବାର । କଳା ରବିବାର କହିବାର କାରଣ ହେଉଛି, ଆଜି ଅନେକ ଘରେ ଦୁଃଖର କଳା ବାଦଲ ଘେରିଯାଇଛି । କାହାର ପୁଅ ଏ ଦୁନିଆ ଛାଡ଼ି ଚାଲି ଯାଇଛି ତ କାହାର ଭାଇ ଏ ଦୁନିଆ ଛାଡ଼ି ଚାଲିଯାଇଛି । ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଅମୂଲ୍ୟ ଜୀବନ । କେଉଁଠି ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ଖବର ମିଳିଛି ତ କେଉଁଠି ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି ।

ଆସିକା ଓ ବାସୁଦେବପୁରରେ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଛି । ଆସିକା ନିକଟରେ ବସ୍-ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି । କୋଟିନଡ଼ା ଥାନା କଲେଜ ଛକ ଡିପଲ ସ୍କୁଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଭୋର ସମୟରେ ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ବସ୍ ସହ ବିପରୀତ ଦିଗରୁ ଆସୁଥୁବା ଏକ ସ୍କୁଟି ଧକ୍କା ହୋଇଥିଲା । ଦୁଇ ସ୍କୁଟି ଆରୋହୀ ଗୁରୁତର ହୋଇଥିଲେ ଫଳରେ ତାଙ୍କୁ ଆସିକା ମେଡିକାଲକୁ ଆଣାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ୨ ମୃତକ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ ।

ଏପଟେ ଧାମରା ବାସୁଦେବପୁର ରାସ୍ତାର ହାବାଲିସାହି ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଧାମରାରୁ ବାସୁଦେବପୁର ଅଭିମୁଖେ ଆଇରନ ଖାଲିକରି ଆସୁଥିବା ଏକ ଟ୍ରକ ଆଉ ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଯାଯପୁର ଟାଉନରେ ମଧ୍ୟ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର ଓ ହେଲ୍ପର । ଏଠାରେ ଏକ ବ୍ରଏଲର କୁକୁଡ଼ା ଗାଡି ଓଲଟି ପଡ଼ିଥିଲା । ଏଭଳି ଦୁର୍ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଛନ୍ଦାମୁଣ୍ଡ ସିଂହପୁର ମୁଖ୍ୟ ରାସ୍ତା ନିକଟରେ ହୋଇଛି । ସୂଚନା ମୁତାବକ ଆଜି ଭୋରୁ ଭୋରୁ ଓଲାଭର ରୁ ସିଂହପୁର ଅଭିମୁଖେ ଆସୁଥିବା କୁକୁଡ଼ା ଗାଡି ଘନ କୁହୁଡି ଯୋଗୁଁ ଭରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଜରୀ ବିଟ ହାଉସର ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

ସେହିପରି କାମାକ୍ଷାନଗର ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ମଧ୍ୟ ଦୁର୍ଘଟଣା ଘଟିଛି । ବସକୁ ଏକ ଡମ୍ପର ଧକ୍କା ଦେବା ଫଳରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ତୁମୁସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମକୁ ହଟାଇଥିଲା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ବସରେ ଥିବା ଯାତ୍ରୀ ମାନେ ସୁରକ୍ଷିତ ଥିବା ପୋଲିସ ତରଫରୁ କୁହଯାଇଛି ।

ତେବେ ଆଜିର ଏହି ଦିନ ଅନେକ ପରିବାରଙ୍କ ପାଇଁ କଳା ରବିବାର । ଏଭଳି ଅନେକ ସ୍ଥାନରେ ଯେଉଁ ଦୁର୍ଘଟଣା ଘଟିଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.