Below header

ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ସମାଧିରେ ସାରା ଜୈନ ସମ୍ପ୍ରଦାୟ ଶୋକରେ ଭାଙ୍ଗି ପଡ଼ିଛି । ଛତିଶଗଡର ଡୋଙ୍ଗରଗଡ ସ୍ଥିତ ଚନ୍ଦ୍ରଗିରି ତୀର୍ଥରେ ଗତକାଲି ବିଳମ୍ବିତ ରାତି ୨.୩୫ରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

ଜୈନ ଧର୍ମର ଦିଗମ୍ବର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ନିଜ ଶରୀର ତ୍ୟାଗ କରିଛନ୍ତି । ଛତିଶଗଡର ଡୋଙ୍ଗରଗଡ ସ୍ଥିତ ଚନ୍ଦ୍ରଗିରି ତୀର୍ଥରେ ଗତକାଲି ବିଳମ୍ବିତ ରାତି ୨.୩୫ରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସେ ଆଚାର୍ଯ୍ୟ ପଦ ତ୍ୟାଗ କରିବା ସହିତ ୩ ଦିନ ଉପାସ ରହିଥିଲେ । ଏହାଛଡା ମୌନ ବ୍ରତ ଧାରଣ କରିଥିଲେ । ୩ ଦିନ ଉପାସ ରହିବା ପରେ ଶରୀର ତ୍ୟାଗ କରିଥିଲେ ।

ଗତ କିଛି ମାସରୁ ଛତିଶଗଡ଼ର ଡୋଙ୍ଗରଗଡ଼ରେ ରହୁଥିଲେ ଆଚାର୍ଯ୍ୟ ବିଦ୍ୟାସାଗର । ତେବେ ଦୀର୍ଘ ଦିନରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଜାଣିବାକୁ ମିଳିଛି । ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ସମାଧିରେ ସାରା ଜୈନ ସମ୍ପ୍ରଦାୟ ଶୋକରେ ଭାଙ୍ଗି ପଡ଼ିଛି । ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୋଦି X ରେ ପୋଷ୍ଟ କରିଛନ୍ତି, ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କ ବ୍ରହ୍ମଲୀନ ହେବା ଦେଶ ପାଇଁ ଅପୂରଣୀୟ କ୍ଷତି । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗ୍ରତ କରିବା ପାଇଁ ବହୁମୂଲ୍ୟ ଚେଷ୍ଟା ସବୁବେଳେ ସ୍ମରଣୀୟ ହୋଇ ରହିବ ।

ସେ ଆହୁରି କହିଛନ୍ତି, ମୋତେ ତାଙ୍କର ନିରନ୍ତର ଆଶୀର୍ବାଦ ମିଳୁଥିଲା । ଗତବର୍ଷ ଛତିଶଗଡରେ ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କ ସହିତ ସାକ୍ଷାତ ସ୍ମରଣୀୟ ହୋଇ ରହିବ । ସେତେବେଳେ ଆଚାର୍ଯ୍ୟ ମୋତେ ଭରପୂର ସ୍ନେହ ଏବଂ ଆଶୀର୍ବାଦ ପ୍ରଦାନ କରିଥିଲେ । ସମାଜ ପାଇଁ ତାଙ୍କ ଯୋଗଦାନ ପ୍ରତ୍ୟେକ ପିଢିକୁ ପ୍ରେରଣା ଦେବ ।

୧୦ ଅକ୍ଟୋବର ୧୯୪୬ ମସିହାରେ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାର ସାଦାଲଗା ଗାଁର ଜୈନ ପରିବାରରେ ଜନ୍ମ ହୋଇଥିବା ଶିଶୁ ବିଦ୍ୟାଧର ଶରଦ ପୂର୍ଣ୍ଣିମା ପିଲାଦିନରୁ ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ସେ ଯେଉଁ ଘରେ ଜନ୍ମ ହୋଇଥିଲେ ତାହା ବର୍ତ୍ତମାନ ଏକ ମନ୍ଦିର ଏବଂ ସଂଗ୍ରହାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.