Below header

ପୁରୀରେ ମିନି ମାରାଥନ, ଭାଗ ନେଲେ ୩ ହଜାର ପୁରୁଷ ଓ ମହିଳା

ପୁରୀ: ପୁରୀରେ ମିନି ମାରାଥନ । ବିମଷ୍ଟେକ, ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ମାରାଥନ କାର୍ଯ୍ୟକ୍ରମ କରାଯାଇଛି । ପୁରୀ ତାଳବଣିଆ ସ୍ପୋଟର୍ସ କ୍ଲବ କମ୍ପ୍ଲେକ୍ସ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚକ୍ରତୀର୍ଥ ରୋଡ, ସୁବାସ ବୋଷ ଛକ ଦେଇ ବେଳାଭୂମି ରାସ୍ତାର ଷ୍ଟଲିଂ ରିସର୍ଟ ଠାରେ ଶେଷ ହୋଇଛି । ଏହି ପ୍ରତିଯୋଗିତାରେ ପାଖାପାଖି ୩ ହଜାର ପୁରୁଷ ଓ ମହିଳା ଭାଗ ନେଇଥିଲେ । ୮ କିଲୋମିଟର ରାସ୍ତାରେ ହେବାକୁ ଥିବା ଏହି ଦୌଡ଼ ପ୍ରତିଯୋଗିତାରେ ବିଜୟୀଙ୍କୁ ପୁରସ୍କୃତ କରାଯାଇଛି । ପ୍ରଥମ, ଦିତୀୟ, ତୃତୀୟ ଓ ଚତୁର୍ଥଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର, ୧୦ ହଜାର ଓ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.