ଶସ୍ତାରେ ଡାଟା ଯୋଗାଉଛନ୍ତି ଏହି ସବୁ ବ୍ରଡ୍‌ବ୍ୟାଣ୍ଡ୍‌ କମ୍ପାନୀ, ଜାଣନ୍ତୁ କିଏ ଦେଉଛି ସବୁଠାରୁ କମ୍‌ ଟଙ୍କିଆ ପ୍ଲାନ୍‌

ବ୍ରଡ୍‌ବ୍ୟାଣ୍ଡ୍‌ ପ୍ରୋଭାଇଡର ଜିଓ ଫାଇବର, ଏୟାରଟେଲ୍‌, ଏସିଟି ଫାଇବର ନେଟ୍‌ ଓ ଅନ୍ୟ କମ୍ପାନୀର ତରଫରୁ ଅନେକ ଗୁଡ଼ିଏ ମାସିକିଆ ପ୍ଲାନ୍‌ ଲଞ୍ଚ୍‌ କରାଯାଇଛି। ରିଲାଏନ୍ସ ଜିଓର ବ୍ରଡ୍‌ବ୍ୟାଣ୍ଡ ମାର୍କେଟକୁ ଆସିବା ପରେ ଅନ୍ୟ କମ୍ପାନୀଗୁଡ଼ିକ ନିଜ ପ୍ଲାନ୍‌କୁ ଆହୁରି ଶସ୍ତା କରିଦେଇଛନ୍ତି। ମୋବାଇଲ ଅପରେଟର କମ୍ପାନୀଗୁଡ଼ିକ ନେଟ୍‌ ପ୍ୟାକ୍‌ର ଦାମ୍‌ କମ୍‌ କରିଥିଲେ ମଧ୍ୟ ସ୍ପିଡ୍‌ ଡାଟା ପାଇଁ ଏବେ ବି ଅନେକ ଲୋକ ଓ୍ଵାଇଫାଇ ସାହାଯ୍ୟରେ ନେଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ କମ୍ପାନୀ କେତେ ଟଙ୍କାରେ ଯୋଗାଉଛନ୍ତି ନେଟ୍‌…

ଏୟାରଟେଲ:

Image result for airtel broadband

ଏୟାରଟେଲର ବେସିକ୍‌ ପ୍ଲାନ୍‌ ମାସକୁ ୭୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହି ପ୍ଲାନ୍‌ରେ ଗ୍ରାହକ ୧୫୦ ଜିବି ଡାଟା ୧୦୦Mbps ସ୍ପିଡ୍‌ରେ ପାଇପାରିବେ। ଏଥିସହ Airtel XStream ପ୍ରିମିୟମ୍‌ ସବ୍‌ସ୍କ୍ରିପ୍‌ସନ୍‌ ଭଳି ଏୟାରଟେଲ ଥ୍ୟାଙ୍କସ୍‌ ବେନିଫିଟ୍‌ସ ବି ମିଳିବ। ଏହି ପ୍ଲାନ୍‌ ସହ ଭାରତରେ ଫ୍ରି ଅନ୍‌ଲିମିଟେଡ୍‌ ଏସ୍‌ଟିଡି କଲିଂର ବିକଳ୍ପ ବି ମିଳିବ।

ସେହିପରି ୧ Gbps ସ୍ପିଡ୍‌ ପାଇଁ ଏୟାରଟେଲର ଭିଆଇପି ପ୍ଲାନ୍‌ ମାସକୁ ୩୯୯୯ ଟଙ୍କାର ରହିଛି। ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ ଇଣ୍ଟରନେଟ୍‌ ଆକ୍ସେସ୍‌ ସହ ଅନ୍‌ଲିମିଟେଡ୍‌ କଲିଂ ସବ୍‌ସ୍କ୍ରାଇବର୍ସ ବି ମିଳିବ।

ଜିଓ ଫାଇବର:

Image result for jio fiber broadband

ରିଲାଏନ୍ସ ଜିଓରେ ଛଅଟି ପ୍ଲାନ୍‌ ବ୍ରୋଞ୍ଜ, ସିଲଭର, ଗୋଲଡ, ଡାଇମଣ୍ଡ, ପ୍ଲାଟିନମ୍‌ ଓ ଟାଇଟେନିୟମ୍‌ ରହିଛି। ୬୯୯ ଟଙ୍କିଆ ବ୍ରୋଞ୍ଜ ପ୍ଲାନରେ ୧୦୦Mbpsର ସ୍ପିଡ୍‌ ମିଳିବ। ଏଥିରେ ୩୦ ଦିନର ବୈଧତା ସହ ୧୫୦ ଜିବି ଡାଟା ମିଳିବ। ଏହି ପ୍ଲାନ୍‌ରେ ସାରା ଦେଶରେ ଭଏସ୍‌ କଲ ସାଙ୍ଗକୁ ୧୨୦୦ ଟଙ୍କାର ଟିଭି ଭିଡିଓ କଲିଂ ଓ ୧୨୦୦ ଟଙ୍କାର ଜିରୋ ଲେଟେନ୍ସି ଗେମିଂ ମଧ୍ୟ ମିଳିବ। ଏହା ବ୍ୟତୀତ ୯୯୯ ଟଙ୍କିଆ ଡିଭାଇସ୍‌ ସିକ୍ୟୁରିଟି ଓ ତିନି ମାସ ପାଇଁ ଜିଓ ସିନେମା ଓ ଜିଓ ସାଓ୍ଵନର ଫ୍ରି ଆକ୍ସେସ୍‌ ମିଳିବ।

ସେହିପରି ଜିଓର ପ୍ଲାଟିନମ୍‌ ପ୍ଲାନ୍‌ ୩,୯୯୯ ଟଙ୍କାରେ ୧Gbps ସ୍ପିଡ୍‌ରେ ମିଳିବ। ଏକ ମାସର ବୈଧତା ଯୁକ୍ତ ଏହି ପ୍ଲାନ୍‌ରେ କମ୍ପାନୀ ୨,୫୦୦୦ ଜିବି ଡାଟା ଓ ସାରା ଦେଶରେ ଅନ୍‌ଲିମିଟେଡ୍‌ କଲିଂ ଅଫର ଦେଉଛି।

ACT ଫାଇବର ନେଟ୍‌:

Related image

ACT ର ସିଲଭର ପ୍ରୋମୋ ପ୍ଲାନ୍‌ ୭୪୯ ଟଙ୍କାରେ ମିଳୁଛି। ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ ୫୦୦ ଜିବି ଡାଟା ୧୦୦ Mbps ସ୍ପିଡ୍‌ରେ ମିଳିବ। କେବଳ ଏତିକି ନୁହେଁ ୟୁଜର୍ସଙ୍କୁ ଏହି ପ୍ଲାନ୍‌ରେ ଅଧିକ ୧,୦୦୦ ଜିବି ଡାଟା ବି ଦିଆଯିବ। ଏହା କେବଳ ସବ୍‌ସ୍କ୍ରିପ୍‌ସନ୍‌ ସମୟ ପର୍ଯ୍ୟନ୍ତ ବୈଧ ରହିବ। ଡାଟା ଶେଷ ହେବା ପରେ ଇଣ୍ଟରନେଟ୍‌ର ସ୍ପିଡ୍‌ ୫୧୨ Kbpsହୋଇଯିବ।

ବିଏସ୍‌ଏନ୍‌ଏଲ୍‌:

bsnl

ବିଏସ୍‌ଏନ୍‌ଏଲ୍‌ରେ ୟୁଜର୍ସଙ୍କୁ ୭୯୫ ଓ ୯୦୦ ଟଙ୍କିଆ ପ୍ଲାନ୍‌ ମିଳିବ। ଉଭୟ ପ୍ଲାନ୍‌ରେ ୮ ଜିବି ପର୍ଯ୍ୟନ୍ତ ଡାଟା ୨ Mbpsରେ ମିଳିବ। ଲିମିଟ୍‌ ସରିବା ପରେ ଏହା ୫୧୨ Kbps ହୋଇଯିବ।

ଟାଟା ସ୍କାଏ:

Image result for tata sky broadband

ବ୍ରଡ୍‌ବ୍ୟାଣ୍ଡ କମ୍ପାନୀ ଟାଟା ସ୍କାଏ ବର୍ତ୍ତମାନ ଭାରତର ୨୧ଟି ସହରରେ ସର୍ଭିସ ଦେଉଛି। ଟାଟା ସ୍କାଏର ଅନ୍‌ଲିମିଟେଡ୍‌ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ ମାସକୁ ୫୯୦ ଟଙ୍କାରୁ ଆରମ୍ଭ ହେଉଛି। ନୂଆଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ କମ୍ପାନୀ ମାସକୁ ୯୯୯ ଟଙ୍କାର ଅନ୍‌ଲିମିଟେଡ୍‌ ଡାଟା ଅଫର କରୁଛି। ଏଥିରେ ୨୫ Mbps ସ୍ପିଡ୍‌ରେ ଡାଟା ମିଳିପାରିବ। ଏହି ପ୍ଲାନ୍‌ରେ ଫ୍ରି ରାଉଟର, ଡାଟା ରୋଲ ଓଭର ଓ ସେଫ କଷ୍ଟଡି ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.