ରାଜ୍ୟରେ ଥଣ୍ଡାରୁ ମିଳୁନି ନିସ୍ତାର: ଅନୁଗୁଳରେ ସର୍ବନିମ୍ନ ତାପାମତ୍ରା ୫ ଡିଗ୍ରୀ ରେକର୍ଡ, ୧୪ଟି ସହରର ପାରା ୧୦ ଡିଗ୍ରୀ ତଳେ

ଭୁବନେଶ୍ବର: କଲବଲ କରୁଛି ଜାଡ । ରାଜ୍ୟରେ ଥଣ୍ଡାରୁ ମିଳୁନି ନିସ୍ତାର । ଆଜି ଅନୁଗୁଳ ସବୁଠୁ ଥଣ୍ଡା ସହର ହୋଇଛି । ଅନୁଗୁଳରେ ତାପାମତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୧୪ଟି ସହରର ତାପାମତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେପଟେ ପ୍ରବଳ ଥଣ୍ଡା ଯୋଗୁ ନୂଆବର୍ଷ ଟିକେ ପାଣିଚିଆ ହୋଇପାରେ ।

ଆସନ୍ତାକାଲିଠୁ ରାଜ୍ୟର କେତେକ ସ୍ଥାନରେ ମେଘୁଆ ପାଗ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୮ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରସ ପାଇବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.