Below header

ସ୍ୱଚ୍ଛ ରୁହ ଓ ପରିବେଶକୁ ରକ୍ଷା କର, ସାଂସଦୀୟ କ୍ଷେତ୍ର କୁମ୍ପାପଡା ଓ ପଞ୍ଚଭୂତି ଗାଁରେ ସଚେତନତା ବାର୍ତ୍ତା ବାଣ୍ଟିଲେ ମନ୍ତ୍ରୀ ଓ କନ୍ଧମାଳ ସାଂସଦ 

ଭଞ୍ଜନଗର : ଗଂଜାମ ଜିଲ୍ଲା ଭଂଜନଗର ନିର୍ବାଚନ ମଣ୍ଡଳୀ ତଥା କନ୍ଧମାଳ ସାଂସଦୀୟକ୍ଷେତ୍ର ଜଗନ୍ନାଥ ପ୍ରସାଦ ବ୍ଳକ କୁମ୍ପାପଡା ଓ ପଞ୍ଚଭୂତି ଗାଁରେ ସ୍ବଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି ।

ଏଥିରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଗାଁକୁ ଗାଁ ବୁଲି କରୋନା ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହା ସହିତ ଲୋକଙ୍କୁ ସାନିଟାଇଜର ଓ ମାସ୍କ ମଧ୍ୟ ବଣ୍ଟନ କରିଥିଲେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବା ସହ ଚାରା ରୋପଣ କରିଥିଲେ ।

ପରେ ପଞ୍ଚଭୂତି ହାଇସ୍କୁଲ ଠାରେ ଆୟୋଜିତ ସବୁଜ ଶପଥ ସଭାରେ ଡଃ. ସାମନ୍ତ ଓ ମନ୍ତ୍ରୀ ଶ୍ରୀ ଆରୁଖ ଯୋଗଦେଇ କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା ବିଷୟରେ କହିଥିଲେ । ଆଗୁଆ ପଦକ୍ଷେପ ଓ ଉଚିତ ପରିଚାଳନା ପାଇଁ ବିଶ୍ବସ୍ତରରେ ଓଡିଶା ଆଜି ଉଦାହରଣ ସୃଷ୍ଟି କରି ପାରିଛି, ବିଶେଷକରି ଗଂଜାମବାସୀଙ୍କ ସଚେତନ ମୂଳକ ଚିନ୍ତାଧାରା ଓ ସତର୍କତା ଯୋଗୁଁ କରୋନା ସଂକ୍ରମଣରେ ଗଂଜାମ ଜିଲ୍ଲା ରେଡ୍ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଆସିଛି । ତଥାପି ଆଗକୁ ଆହୁରି ସତର୍କ ରହିବାକୁ ପଡିବ ଏବଂ ଆସନ୍ତା ଦିନରେ କରୋନା ବିରୋଧରେ ଲଢେ଼ଇ ଜାରି ରଖିବା ନେଇ ନିଜ ନିଜ ଉଦବୋଧନରେ ଡଃ. କହିଥିଲେ ।

ଏହି ଅବସରରେ ଲୋକଙ୍କୁ ‘ସବୁଜ ଶପଥ ପାଠ’ ମଧ୍ୟ କରାଇଥିଲେ । ପରେ ପରେ ଲିପିକା ସଂଗଠନ ପକ୍ଷରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା । କରୋନା କାଳରେ ଲୋକଙ୍କୁ ଉପଯୁକ୍ତ ସବା ଯୋଗାଇଥିବା ୬ ଜଣ ଯୋଦ୍ଧାଙ୍କଉ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.