ସେବାୟତ ପରିବାରଙ୍କ ମଧ୍ୟରେ ଶ୍ରୀମନ୍ଦିରକୁ ପଶିଗଲେ ଅଣ ସେବାୟତ ପରିବାରର ଦୁଇ ଯୁବତୀ, ବାହାରକୁ ଆଣିଲେ ସୁରକ୍ଷା କର୍ମୀ
ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଉଲ୍ଲଙ୍ଘନ କରି ଦୁଇ ଯୁବତୀ ଓ ମହିଳାଙ୍କ ପ୍ରବେଶ ଉଦ୍ୟମ। ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଏହି ତିନିଜଣ ଶ୍ରୀମନ୍ଦିରକୁ ପଶିବାକୁ ଉଦ୍ୟମ କରିଥିଲେ। ବାଇଶିପାହାଚରେ ସୁରକ୍ଷା କର୍ମୀ ସେମାନଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ଆଜି ଶ୍ରୀମନ୍ଦିରକୁ କେବଳ ସେବାୟତ ପରିବାର ଯିବା ପାଇଁ ଅନୁମତି ରହିଥିଲା।
ଏମାନେ ସେବାୟତ ପରିବାରର ପରିଚୟ ଦେଇ ଶ୍ରୀମନ୍ଦିରକୁ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ଏହି ତିନିଜଣଙ୍କୁ ଅଟକାଇ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା। ଶ୍ରୀମନ୍ଦିରରେ ପ୍ରବେଶ ନେଇ କଟକଣା ସଂପର୍କରେ ସେମାନେ ଜାଣିନଥିବା କହିଛନ୍ତି।