ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର ଆହତ

କୋରାପୁଟ(କେ ନ୍ୟୁଜ): ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣା । ଗାଡି ଧକାରେ ବାଇକ ଚାଳକ ଗୁରୁତର । ବୋରିଗୁମ୍ମା ଥାନା ଛତରଲା ନିକଟରେରେ ଏକ ପଲସର ଗାଡି ସହ ମନ୍ତ୍ରୀଙ୍କ ଗାଡି ଧକ୍କା ହୋଇଛି । ତେବେ ମନ୍ତ୍ରୀଙ୍କୁ କୌଣସି ଆଘାତ ହୋଇନଥିବା ବେଳେ ଡ୍ରାଇଭର ଏବଂ

ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ ମେଡିକାଲରେ ପହଞ୍ଚି ଛନ୍ତି । ସେପଟେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.