ଏଣିକି ବିଦେଶ ଗସ୍ତ ପୂର୍ବରୁ ନିଜ ବିଭାଗକୁ ଅତି କମରେ ତିନି ସପ୍ତାହ ଆଗରୁ ଅବଗତ କରାଇବେ ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀ

ଏଣିକି ବିଦେଶ ଗସ୍ତ ପୂର୍ବରୁ ଆଗୁଆ ଜଣାଇବେ ମନ୍ତ୍ରୀ, ବିଧାୟକ। ସରକାରୀ ଅଧିକାରୀ ବି ବିଦେଶ ଗସ୍ତରେ ଗଲେ ଆଗୁଆ ଜଣାଇବେ। ନିଜ ନିଜ ବିଭାଗକୁ ଅତି କମରେ ତିନି ସପ୍ତାହ ଆଗରୁ ଅବଗତ କରାଇବେ। ଫଳରେ ସେମାନଙ୍କ ଗସ୍ତ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହଜ ହେବ। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଛି ଲେଖିଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ମନ୍ତ୍ରାଣାଳୟ। ପୂର୍ବରୁ ଅଚାନକ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଂପୃକ୍ତ ବିଭାଗକୁ ଜଣାଇଲେ ଅସୁବିଧା ହେଉଥିଲା। ସ୍ୱଳ୍ପ ସମୟରେ ଆବଶ୍ୟକ ବ୍ୟବସ୍ଥା କରିବା କଷ୍ଟକର ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି।

Leave A Reply

Your email address will not be published.