ମାଆକୁ ଗାଳିଗୁଲଜ କରିବାରୁ ବାପାକୁ ପିଟି ପିଟି ମାରିଦେଲା ନାବାଳକ ପୁଅ

ସୁନ୍ଦରଗଡ଼(କେନ୍ୟୁଜ୍): ଫିକା ପଡ଼ିଲା ରକ୍ତ ସଂପର୍କ । ବାପାକୁ ପିଟି ପିଟି ମାରିଦେଲା ନାବାଳକ ପୁଅ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଖୁଟୁ ଗାଁ ନିକଟ ନୂଆଡ଼ିହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମାଆକୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାରୁ ଏଥିରେ ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ପାଖରେ ଥିବା ଏକ ଲୁହା ରଡ଼ରେ ବାପା ଦୀନବନ୍ଧୁ ନାୟକଙ୍କୁ ଆକ୍ରମଣ କରିଥିଲା ।

ଏଥିରେ ଦୀନବନ୍ଧୁକ ମୁଣ୍ଡ ଫାଟିଯିବା ସହ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଲହୁଣୀପଡ଼ା ଥାନା ପୋଲିସ ନାବାଳକ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.