Below header

ଯାଜପୁର : ଦଶମ ଶ୍ରେଣୀ ଛାତ୍ରର କାରନାମା, ଲୁଟିନେଲା ୧୩ ଲକ୍ଷ ଟଙ୍କା

ଯାଜପୁର ଟାଉନ (କେ ନ୍ୟୁଜ୍‌): ଜଣେ ଦଶମ ଶ୍ରେଣୀ ନାବାଳକ ଏମିତି କାରନାମା କରିଛି ଯାହା ପରେ ସମ୍ପର୍କ ଉପରୁ ବିଶ୍ୱାସ ଉଠି ଯାଇଛି । ଛାତ୍ର ଜଣକ ଜଣେ ପଡ଼ୋଶୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାୟବ କରି ଦେଇଛି ଲକ୍ଷ ଲକ୍ଷ ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛି ।

ଯାଜପୁର ଟାଉନ ଥାନା ଅନ୍ତର୍ଗତ ଶୀତଳେଶ୍ୱର ଅଞ୍ଚଳରେ ଏପରି ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ନାବାଳକ ଓ ତାର ଜଣେ ମାଉସୀଙ୍କୁ ଗିରଫ କରିଛି । ସୂଚନା ମୁତାବକ ଶୀତଳେଶ୍ୱର ଅଂଚଳର ଦୀପକ ବେହେରାଙ୍କୁ ତାଙ୍କ ଜମି ଅଧିଗ୍ରହଣ ବାବାଦରେ ସରକାରଙ୍କ ନିକଟରୁ ୩୦ଲକ୍ଷ ୭୭ ହଜାର ଟଙ୍କା ମିଳିଥିଲା। ଦୀପକଙ୍କ ପଡୋଶୀ ଭାବେ ରହୁଥିବା ଗୋଟିଏ ପରିବାର ତାଙ୍କ ସହିତ ଅତି ଘନିଷ୍ଠ ଭାବେ ମିଳାମିଶା କରୁଥିଲା । ସେହି ପରିବାରର ଦଶମ ଶ୍ରେଣୀ ଛାତ୍ର ଜଣକ ଦୀପକଙ୍କ ମୋବାଇଲକୁ ବ୍ଯବହାର ପାସ୍‌ଓ୍ଵାର୍ଡ଼ ନେବା ସହ ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲା । ଏହା ସହିତ ସେଥିରେ ହଜାର ହଜାର ଟଙ୍କାର ସପିଂ ମଧ୍ୟ କରିଥିଲା । ଦୀପକ ନିଜର ବ୍ଯାଙ୍କ ଆକାଉଣ୍ଟ ଚେକ୍‌ କରିବା ପରେ ଏକଥା ଜଣାପଡିଥିଲା ।

THAKEI-3

ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା। ବ୍ୟାଙ୍କ ଆକାଉଣ୍ଟ ସମେତ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ନାବାଳକର ଏହି ଖତରନାକ କାରନାମା ସାମନାକୁ ଆସିଥିଲା । ପୋଲିସ ଅଭିଯୁକ୍ତ ନାବାଳକ ସହିତ ତାର ମାଉସୀକୁ ଗିରଫ କରିଛି । ଛାତ୍ର ନିକଟରୁ ଗୋଟିଏ ଲାପଟପ୍‌, ମୋବାଇଲ ଏବଂ ୨ଟି ବାଇକ ପୋଲିସ୍‌ ଜବତ କରିଛି । ଏହି ଠକେଇ ଘଟଣାରେ ନାବାଳକର ମା ଫେରାର ଥିବା ଜଣାପଡିଛି। ତେବେ ଏଥିପାଇଁ କେବଳ ଛାତ୍ରଟି ନୁହେଁ ତାର ପରିବାର ଲୋକେ ବି ନିଶ୍ଚୟ ଦୋଷୀ ।ନଚେତ ଏତେ ଟଙ୍କାର ସାମଗ୍ରୀ କିଣିଥିବା ପିଲାଟିକୁ ସେମାନେ ରୋକିଲେ ନାହିଁ କେମିତି ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.